ବଜ୍ରପାତରେ ଜଣେ ମୃତ

ବାଲିଅନ୍ତା-ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତର ଫିରିଫିରା ଗ୍ରାମରେ ବଜ୍ରପାତରେ ଜଣକର ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ନରି ବେହେରାଙ୍କ ସାନ ପୁଅ ଗୌରାଙ୍ଗ ବେହେରା, ବୟସ ୪୫ ବର୍ଷ | ଗୌରାଙ୍ଗ ଗାଇ ଗୋଠ ନେଇ ବିଲକୁ ଚରାଇବାକୁ ଯାଇଥିବା ସମୟରେ ହଠାତ୍ ବଜ୍ରପାତ ଘଟିଥିଲା । ସେଇଠାରେ ହିଁ ଗୌରାଙ୍ଗ ଟଳି ପଡିଥିଲେ । ସେହି ଗ୍ରାମର କିଛି ଲୋକ ତାଙ୍କୁ ଆଣି ନିକଟସ୍ଥ ଅଡଶପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ପୋଷଣା କରିଥିଲେ ।

ଗୌରାଙ୍ଗଙ୍କର ୨ଟି ଛୋଟ ଛୋଟ ପିଲା ଥିବାବେଳେ ତାଙ୍କର ଆର୍ଥୀକ ପରିସ୍ଥିତି ଭଲ ନଥିବା ଗ୍ରାମବାସୀ ମାନେ କହିଛନ୍ତି | ମୃତଖବର ଶୁଣି ବାଲିଅନ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଚିତ୍ରା ଜେନାମଣୀ, ବାଲିଅନ୍ତା ବ୍ଲକ ବିଜେଡ଼ି ସଭାପତି ପ୍ରଦିପ୍ତ ଜେନାମଣି ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ଭେଟି ସମସ୍ତ ସରକାରୀ ସୁବିଧା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *