ଋଷିକୁଲ୍ୟା ନଦୀରେ ଭାସିଗଲେ ବୃଦ୍ଧ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଗୋବା ଗ୍ରାମ ନିକଟରେ ଥିବା ଋଷିକୁଲ୍ୟା ନଦୀ ସ୍ରୋତରେ ଭାସିଗଲେ ବୃଦ୍ଧ ।  ବହୁ ସମୟ ହେଲା ଖୋଜୁଛି ଦମକଳ ବାହିନୀ ।  ହେଲେ ମିଳୁନାହିଁ ପତ୍ତା । ସୂଚନାଯୋଗ୍ୟ ଯେ, ବୁଧବାର ସକାଳ  ସମୟରେ  ଛତ୍ରପୁର ଥାନା ଅନ୍ତର୍ଗତ ଗୋବା ଗ୍ରାମର ୬୨ ବର୍ଷ ବୟସ୍କ ବୃଦ୍ଧ ଗୋବିନ୍ଦ ଦାସ କୌଣସି କାମରେ ନଦୀ ପାର ହୋଇ ପ୍ରତାପୁର ଗ୍ରାମକୁ ଯାଉଥିଲେ । ଏହି ସମୟରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।  ଖବର ପାଇ ଛତ୍ରପୁର ଅଗ୍ନିଶମ ବିଭାଗର ଏକ ଟିମ୍ ସହ ଛତ୍ରପୁର ପୋଲିସ ଏବଂ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋବିନ୍ଦଙ୍କ ସନ୍ଧାନ ମିଳିପାରିନାହିଁ |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *