ଆସନ୍ତା ଜୁନ ୧୭ ତାରିଖରୁ ଓଜେଇଇ

ଭୁବନେଶ୍ୱର : ଆସନ୍ତା ଜୁନ ୧୭ ତାରିଖରୁ ଓଜେଇଇ( ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଆରମ୍ଭ ହେବ । ଏହି ପରୀକ୍ଷା ଅନଲାଇନରେ ହେବ । ପରୀକ୍ଷା ଜୁନ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟରେ କରୋନା ସଂକ୍ରମଣକୁ ଗୁରୁତ୍ୱ ଦେଇ ଅନ୍‌ଲାଇନ୍ ତଥା କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା କରାଯିବ ବୋଲି ଓଜେଇଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବିଫାର୍ମା, ଏମ୍‌ବିଏ, ଏମସିଏ, ଏମ୍‌ଟେକ୍‌, ଏମ୍ ଆରର୍କିଟେକ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ ଏହି ପ୍ରବେଶିକା ପରୀକ୍ଷା । ଓଜେଇଇ ୱେବସାଇଟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଆବେଦନ ପ୍ରକ୍ର୍ରିୟାର ଶେଷ ତାରିଖ ମେ ୧୫ଧାର୍ଯ୍ୟ କରାଯାଇଛି । ଜୁନ୍ ପ୍ରଥମ ସପ୍ତାହରୁ ଆଡମିଟ କାର୍ଡ ପ୍ରଦାନ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *