ଆସନ୍ତା ୧୨ରେ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୧୨ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ୧୧ କିମ୍ବା ୧୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ହେଲେ ରାଜ୍ୟରେ ଭଲ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜୁନ୍‌ରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁ ଆଗେଇ ପାରୁନି ଚାଷକାମ । ଗତ ୨୪ ଘଣ୍ଟା ଭିତରେ ବାଲେଶ୍ୱର, ବଲାଙ୍ଗିର, ମାଲକାନଗିରି, ବୌଦ୍ଧ, କନ୍ଧମାଳ,ଖୋର୍ଦ୍ଧା, ନୟାଗଡ଼ ଓ କଟକରେ ଅସରାଏ ଲେଖାଏ ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳାରେ ସର୍ବାଧିକ ୯୧.୪ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୧୪ ଜିଲ୍ଲାରେ ବର୍ଷାର ଅଭାବ ରହିଛି । ଆଗାମୀ କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *