ଆସନ୍ତା ୨୯ରୁ ୩୧ ଯାଏ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟର ପାରଦ ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ , ସବୁଠାରୁ ଉତ୍ତପ୍ତ ସହର ବୌଦ୍ଧ ଜିଲ୍ଲା । ସୋମବାର ରାଜ୍ୟର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ ହୋଇଥିଲା। ଏଥିସହ କଟକ, ଅନୁଗୁଳ, ବାରିପଦା, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ଟିଟିଲାଗଡ଼, ମାଲକାନଗିରି ଓ ନୟାଗଡ଼ ଆଦି ଜିଲ୍ଲାର ତାପମାତ୍ରା ୩୯ ଡିଗ୍ରି ଉପରେ ରହିଛି।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ଭଳି ତାପମାତ୍ରା ଜାରି ରହିବା ସହିତ କିଛି ସ୍ଥାନରେ ତାପମାତ୍ରାରେ ଆହୁରି ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆସନ୍ତା ୨୯ ତାରିଖ ଆଡ଼କୁ ଉପକୂଳ ଓଡ଼ିଶା‌ରେ  ବର୍ଷା ହେବ ବୋଲି କହିଛନ୍ତି। ୨୯ରୁ ୩୧ ତାରିଖରେ ସମଗ୍ର ଉପକୂଳ ଓଡ଼ିଶାରେ ଭଲ ବର୍ଷାର ସମ୍ଭାବନା ରହିଛି।

ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୨୪ ତାରିଖରେ ବଢ଼ି ୪୧ ଡିଗ୍ରି ପାଖାପାଖି ରହିବ ବୋଲି ଆକଳନ କରାଯାଉଛି। ୨୬ ତାରିଖରେ ୪୨ ଡିଗ୍ରି ପାଖାପାଖି ରହିପାରେ। ୨୮ ତାରିଖ ପରେ ବାୟୁର ଦିଗ ପରିବର୍ତ୍ତନ ଯୋଗୁଁ ଉପକୂଳରେ ମେଘୁଆ ପାଗ ଓ ତାପମାତ୍ରାରେ ହ୍ରାସ ସହିତ ବର୍ଷା ହେବା ପାଇଁ ପାଗ ଅନୁକୁଳ ରହିବ। ୨୯ ତାରିଖରେ ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ଯପଟେ ୩୦ ତାରିଖରେ ଉପକୂଳରେ ସବୁଠାରୁ ଅଧିକ ବର୍ଷା ଓ ବାଲେଶ୍ବରରେ ସବୁଠାରୁ କମ୍‌ ବର୍ଷା ହୋଇପାରେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *