ଓଡିଶାରେ ମୁତୟନ କେନ୍ଦ୍ରୀୟ ଫୋର୍ସ ଦେୟ କେନ୍ଦ୍ର ସରକାର ବହନ କରନ୍ତୁ : ନବୀନ

ଭୁବନେଶ୍ୱର :  ଜାମ୍ମୁ ଓ କାଶ୍ମିର ଏବଂ ଉତ୍ତର-ପୂର୍ବଭଳି ରାଜ୍ୟ ଗୁଡିକରେ ମୁତୟନ ହୋଉଥିବା କେନ୍ଦ୍ରୀୟ ଫୋର୍ସ ପାଇଁ ସମ୍ପୁର୍ଣ୍ଣ ଦେୟ କେନ୍ଦ୍ର ସରକାର ବ୍ୟୟ କରୁଛନ୍ତି । ହେଲେ ଓଡିଶାରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଫୋର୍ସ ପାଇଁ ତାହା ହେଉ ନାହିଁ । ତେଣୁ ଏହି ଦେୟ ସମ୍ପୁର୍ଣ୍ଣ କେନ୍ଦ୍ର ସରକାର ବ୍ୟୟ କରନ୍ତୁ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାଓବାଦୀ ସମଗ୍ର ଦେଶରେ ବ୍ୟାପିଛି । ଏହା ଏକ ଜାତୀୟ ସମସ୍ୟା । ଦେଶର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ତାହା ସମସ୍ୟା ସୃଷ୍ଟି କରୁଛି ।

ତେଣୁ ଏହି ସମସ୍ୟାକୁୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ସମାଧାନ କରିବା ଉଚିତ । ଏଥିପାଇଁ ୩୦ହଜାର ନୁତନ ପୋଲିସ ଫୋର୍ସ ଗଠନ କରି ସେମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ନବୀନ ଦାବ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ଓଡିଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ୧୫ ବାଟାଲିୟନ ପୋଲିସ ଫୋର୍ସ ମାଓବାଦୀ ମୁକାବିଲା କରିବା ଲାଗି ସ୍ୱତନ୍ତ୍ର ବାବରେ ପ୍ରସ୍ତୁତ କରିବା ଜରୁରୀ ଓ ମାଓବାଦୀଙ୍କ ମୁକାବିଲା ରାଜ୍ୟ ଓ କେନ୍ଦ୍ର ସରକାର ଭୟଙ୍କର ଦାୟୀତ୍ୱ ଓ ଏପରି ସ୍ଥଳେ ଓଡିଶାରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଫୋର୍ସ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ୧ ଅକ୍ଟୋବର ୨୦୨୦ ସୁଦ୍ଧା ୪୫୬୧.୨୩ କୋଟି ଦେବାକୁ ଓଡିଶା ସରକାରଙ୍କୁ କେନ୍ଦ୍ର ତାଗିଦ କରିବା ଠିକ ହୋଇ ନାହିଁ । କେନ୍ଦ୍ର ସରକାର ଓଡିଶା ଭଳି ରାଜ୍ୟରୁ କେନ୍ଦ୍ରୟ ଫୋର୍ସ ମୁତୟନ ପାଇଁ ପାଉଣା ଦାବି କରିବା ସମୟରେ ଏ ଦିଗଗୁଡିକ ଉପରେ ବିଚାର କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *