କ୍ୟାବିନେଟ୍ ନିଷ୍ପତ୍ତି : ନିୟମିତ ହେବେ ୩୩୨୮ ଶିକ୍ଷା ସହାୟକ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୩ ପ୍ରସ୍ତାବକୁ ମୋହର । ଓଡ଼ିଶା ଇଲେକ୍ଟ୍ରିକାଲ ସର୍ଭିସ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠିତ ହେବା ନେଇ ପ୍ରସ୍ତାବ ଉପରେ ମୋହର ବାଜିଛି । ଲୋ ଭୋଲଟେଜ ସମସ୍ୟା ଦୂର ପାଇଁ ୨୬୦କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି । ଆଠମଲ୍ଲିକ, ଏମ-ରାମପୁର, ଚିତାଳୋ, ଆଗଲପୁରରେ ଗ୍ରୀଡ ସବଷ୍ଟେସନ ହେବ । ଏଥିପାଇଁ ୨୬୦କୋଟି ଟଙ୍କା ଖର୍ଚ୍ଚ ହେବ । ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ସୁଧାର ପାଇଁ ଖର୍ଚ୍ଚ ହେବ ୧୭ ଶହ ୯୬କୋଟି ଟଙ୍କା ଖର୍ଚ୍ଚ ହେବ ।

ଏଥିସହ ନିୟମିତ ହେବେ ୩ ହଜାର ୩୨୮ ବହୁଭାଷୀ ଶିକ୍ଷା ସହାୟକ । ୬ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ । କଳାହାଣ୍ଡି ଜିଲ୍ଲାରେ ୧୨୬କୋଟିର ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପକୁ ମଂଜୁରୀ ମିଳିଛି । ରେଙ୍ଗାଳି ଦକ୍ଷିଣ କେନାଲରେ ଜଳସେଚନ ପାଇଁ ୪୪୩କୋଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ପୌର ଆଇନ ଓ ମହାନଗର ନିଗମ ଆଇନ ସଂଶୋଧିତ ହୋଇଛି ।

SCB ମେଡିକାଲ କଲେଜ ଡାକ୍ତରଙ୍କ କ୍ବାର୍ଟର୍ସ ପାଇଁ ୮୮୮କୋଟି ଖର୍ଚ୍ଚ ହେବ । ୬୦୦ରୁ ଅଧିକ ଡାକ୍ତରଙ୍କ ପାଇଁ ୨ବର୍ଷରେ ସରିବ କ୍ବାର୍ଟର୍ସ ନିର୍ମାଣ କାମ । ସହରାଞ୍ଚଳର କାଉନସିଲର ଓ ମହାନଗର ନିଗମର କର୍ପୋରେଟର ପଦବୀ ଥିବା ସଂରକ୍ଷଣ ବ୍ୟବସ୍ଥାରେ ହେବ ସଂଶୋଧନ । ଏହାସହ ଏଥର ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ଯାଉଥିବା ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *