କରୋନାରେ ରାଜ୍ୟରେ ସର୍ବାଧିକ ୫୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଖସୁଥିବା ବେଳେ ମୃତ୍ୟୁ ମାମଲା ଥମୁନି । ଗତ ୨୪ ଘଣ୍ଟାରେ କରୋନାରେ ଆଖି ବୁଜିଛନ୍ତି ୫୨ ଜଣ । କରୋନା ଦୈନିକ ମୃତ୍ୟୁର ସବୁ ରେକର୍ଡକୁ ଏହା ଭାଙ୍ଗି ଦେଇଛି । ଏହା ପୂର୍ବରୁ ଗତ ଜୁନ୍ ୩୦ ତାରିଖରେ ସର୍ବାଧିକ ୪୮ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୪ ଘଣ୍ଟାରେ ୫୨ ଜଣଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୨୪୮କୁ ବୃଦ୍ଧି ପାଇଛି । ବରଗଡ଼ରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକରୁ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରୁ ୫ ଜଣ, ବୌଦ୍ଧରୁ ଜଣେ, କଟକରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୫ ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି କନ୍ଧମାଳରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ମୟୂରଭଞ୍ଜରୁ ୨ ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୫ ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୫ ଜଣ ପ୍ରାଣ ହରାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *