ରାଜ୍ୟରେ ଦୈନିକ ୬୦୯୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ୬୦୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩ ହଜାର ୪୪୬ଟି ମାମଲା ଆସିଥିବା ବେଳେ ୨ ହଜାର ୬୫୧ଟି ମାମଲା ସ୍ଥାନୀୟ ସଂକ୍ରମଣ । ଦିନକରେ ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍। ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮ହଜାର ୩୨ସଂକ୍ରମିତ । ଖୋର୍ଦ୍ଧାରୁ ସର୍ବାଧିକ ହଜାରେ ୧୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ କଟକରୁ ୬୪୭, ଯାଜପୁରରୁ ୪୩୪, ବାଲେଶ୍ବରରୁ ୩୯୨, ମୟୂରଭଞ୍ଜରୁ ୨୯୭, ଅନୁଗୁଳରୁ ୨୯୫, ପୁରୀରୁ ୨୯୧, କେନ୍ଦ୍ରାପଡାରୁ ୨୫୩, ଭଦ୍ରକରୁ ୨୪୬, ଜଗତସିଂହପୁରରୁ ୨୨୬, ସୁନ୍ଦରଗଡ଼ରୁ ୨୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୧୫୧, ନବରଙ୍ଗପୁରରୁ ୧୪୬, ବୌଦ୍ଧରୁ ୧୩୦, କୋରାପୁଟରୁ ୧୨୬, କେନ୍ଦୁଝରରୁ ୧୨୩, ନୟାଗଡ଼ ଓ ରାୟଗଡ଼ାରୁ ୧୨୦ଜଣ ଲେଖାଏଁ , କନ୍ଧମାଳରୁ ୧୧୨, ବରଗଡ଼ରୁ ୧୦୭, ସମ୍ବଲପୁରରୁ ୧୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୮୪, ବଲାଙ୍ଗୀର ଓ କଳାହାଣ୍ଡିରୁ ୭୭ଲେଖାଏଁ, ଢେଙ୍କାନାଳରୁ ୭୩, ସୋନପୁରରୁ ୬୪, ଗଜପତିରୁ ୪୮, ଗଞ୍ଜାମରୁ ୪୫, ଝାରସୁଗୁଡାରୁ ୪୨, ଦେଓଗଡ଼ରୁ ୨୮, ନୂଆପଡାରୁ ୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୩୭ହଜାର ୨୨୬ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *