ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ କ୍ରୀଡ଼ା ବିଭାଗର ସୁପାରିସ । ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରିଛନ୍ତି ରାଜ୍ୟ ସରକାର । ଏହାସହ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଣାଳୟକୁ ସୁପାରିସ୍ କରାଯାଇଛି । ଏହାଛଡ଼ା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ୍ କାଳୁ ଚୌଧୁରୀ ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାଁ ସୁପାରିସ୍ କରିଛନ୍ତି ରାଜ୍ୟ ସରକାର । ଗତବର୍ଷ ରାଜ୍ୟ ସରକାର ଦୂତୀ ଓ ବୀରେନ୍ଦ୍ରଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରିଥିଲେ । ଦୂତୀଙ୍କୁ ଗତବର୍ଷ ଅର୍ଜୁନ ପୁରସ୍କାର ମିଳିଥିଲା । ବୀରେନ୍ଦ୍ର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଟିକଟ୍ ପାଇଛନ୍ତି । ଭାରତୀୟ ହକି ଟିମ୍‌ର ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି ବୀରେନ୍ଦ୍ର ଲାକ୍ରା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *