କରୋନାର ଥାର୍ଡ ୱେଭ୍ ଆସିବା ପୂର୍ବରୁ ଜାଣି ପାରିବୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମାମଲା କମିବାରେ ଲାଗିଛି । ଆଉ ଆଗାମୀ ଦିନରେ ତୃତୀୟ ଲହର ଆସିବା ନେଇ କୁହାଯାଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଥାର୍ଡ ୱେଭ୍ ଆସିବା ପୂର୍ବରୁ ଆଗୁଆ ଜାଣି ହେବ । କେବେ ଥାର୍ଡ ୱେଭ ଓଡ଼ିଶା ଆସିବ ତାହା ଆମେ ପୂର୍ବରୁ ହିଁ ଜାଣି ପାରିବୁ । ଦ୍ୱିତୀୟ ଲହର ବମ୍ବେ ଓ ଦିଲ୍ଲୀରେ ଆସିବା ପରେ ଓଡ଼ିଶାକୁ ଆସିଥିଲା । ତେଣୁ ଆଶା କରୁଛୁ ଥାର୍ଡ ୱେଭ୍ ଆମ ଦେଶକୁ ଆସିଲେ ଜାଣି ହେବେ । ମାତ୍ର ବର୍ତ୍ତମାନଠୁ ଆମେ ଥାର୍ଡ ୱେଭ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ଭ୍ୟାକ୍ସିନ୍ ନେଇ ଆଇସିଏମଆର ଷ୍ଟଡି ଉପରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଭ୍ୟାକ୍ସିନ୍ ନେଇ କରୋନା ପଜିଟିଭ୍ ହୋଇଥିବା ୨୭୪ ଜଣଙ୍କର ଅଧ୍ୟୟନ କରାଯାଇଥିଲା । ଭ୍ୟାକ୍ସିନ୍ ନେବା ଦ୍ୱାରା ସୁରକ୍ଷା ମିଳୁଛି ଏବଂ ସିଭିୟରିଟି ଅଧିକ ହେଉନାହିଁ । ଏହା ଆମ  ଶରୀରରେ ଆଣ୍ଟିବଡ଼ି ମଧ୍ୟ ସୃଷ୍ଟି କରୁଛି । ତଥାପି ଏହାର ଅଧିକ ଅନୁଧ୍ୟାନ ଆବଶ୍ୟକ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ବୈଷୟିକ କମିଟି ଭ୍ୟାକ୍ସିନ୍ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି । କେତେ ଲୋକଙ୍କର ସିଭିୟରିଟି ହେଉଛି ସେ ନେଇ ଷ୍ଟଡି କରୁଥିବା ସେ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *