ସ୍ୱଚ୍ଛ ପ୍ରକ୍ରିୟା ମଧ୍ୟରେ ଚାକିରି ପାଇଛନ୍ତି, ଲୋକଙ୍କୁ ସେବା ଯୋଗାଇବାରେ ସ୍ୱଚ୍ଛତା ରଖନ୍ତୁ

ଭୁବନେଶ୍ୱର: ମୋ ସରକାରରେ ବିକାଶମୂଳକ ଯୋଜନାର ମୁଖ୍ୟ ହିତାଧିକାରୀ ହେଉଛନ୍ତି ଗରିବ ଓ ନିଷ୍ପେସିତ ଲୋକେ । ମୁଁ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ସମସ୍ତ ନାଗରିକଙ୍କ ପ୍ରତି ସମ୍ୱେଦନଶୀଳ ମନୋଭାବ ପୋଷଣା କରିବା ସହ ସେମାନଙ୍କ ସହ ଉଚିତ୍ ବ୍ୟବହାର କରିବେ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ନବ ନିଯୁକ୍ତ କର୍ମଚାରୀଙ୍କୁ ନେଇ ଲୋକସେବା ଭବନରେ ଅନୁଷ୍ଠିତ ଓରିଏଣ୍ଟେସନ୍(Orientation) କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହ ଓ ନଗର ଉନ୍ନୟନ ବିଭାଗ ୫-ଟି ଅଧିନରେ ଜାଗା ମିଶନ, ମୁକ୍ତା, ଆହାର, ଉନ୍ନତି, ଡ୍ରିଙ୍କ୍ ଫ୍ରମ୍ ଟେପ୍, ଅର୍ବାନ ଓ୍ୱାଟର ସପ୍ଳାଏ, ଅର୍ବାନ ସାନିଟେସନ୍, ଗରିମା ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି । ଯାହା ଫଳରେ ସହରାଞ୍ଚଳର ଲୋକେ ବେଶ୍ ଉପକୃତ ହୋଇପାରିଛନ୍ତି ।ତେବେ ସମସ୍ତ ୧୧୪ଟି ମ୍ୟୁନିସିପାଲଟିରେ କନିଷ୍ଠ ସହାୟକଙ୍କ ନିଯୁକ୍ତ ପରେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସେମାନେ ଅଧିକ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ ନବ ନିଯୁକ୍ତ କର୍ମଚାରୀଙ୍କୁ ୫-ଟି ଓ ମୋ ସରକାରର ମୂଳଲକ୍ଷ୍ୟକୁ ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *