କଟକଣା ମଧ୍ୟରେ ସୋମବାର ଠାରୁ ଖୋଲିବ ଓଡ଼ିଶା ହାଇକୋର୍ଟ

କଟକ: କଟକଣାରେ ଆସନ୍ତା ସୋମବାରଠୁ ଚାଲିବ ହାଇକୋର୍ଟ । ସୋମବାର ଠାରୁ ଜୁଲାଇ ୨ ତାରିଖ ଯାଏଁ କୋର୍ଟ ଚାଲିବ । ପ୍ରତି କାର୍ଯ୍ୟ ଦିବସରେ ଗୋଟିଏ ଡିଭିଜନ ଓ ୬ ସିଙ୍ଗିଲ ବେଞ୍ଚ କାମ କରିବ । ଭିସିରେ ସକାଳ ୧୦ଟା ୩୦ରୁ ଚାଲିବ କୋର୍ଟ କାମ । ୫୦ ପ୍ରତିଶତ କର୍ମଚାରୀରେ କୋର୍ଟ କାମ ଜାରି ରହିବ । କୋର୍ଟକୁ ଆସୁଥିବା କର୍ମଚାରୀ ସାଙ୍ଗରେ ଆଇକାର୍ଡ ନେଇ ଆସିବେ । ଅଫିସର ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ କୋର୍ଟ ଆସିବା ମନା । ଅନଲାଇନରେ ଚାଲିବ ଅଭିଯୋଗ ଓ କାଗଜପତ୍ର ଦାଖଲ ପ୍ରକ୍ରିୟା । ଇ-ଫାଇଲିଂ ପୋର୍ଟାଲରେ ଅଭିଯୋଗ ଓ କାଗଜପତ୍ର ଦାଖଲ କରିହେବ । ସକାଳ ୧୦ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *