କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୭ ଜଣ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିପାଇଁ ୫୫ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଛି । ବିବରଣୀ ଅନୁସାରେ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ‘ଓଡ଼ିଶା ଭାସ୍କର’ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଧୀରେନ୍ଦ୍ର ରାଉତଙ୍କ ପରିବାର, ବାଲେଶ୍ୱର ଜିଲ୍ଲାର ‘ଇପିଏ ୱିକ୍ଲି’ ପ୍ରତିନିଧି  ସୋଲେମାନ ସାହୁଙ୍କ ପରିବାର ଏବଂ ଯାଜପୁର ଜିଲ୍ଲାର ‘ମନ୍ଥନ’ ସମ୍ବାଦପତ୍ର ପ୍ରତିନିଧି ଅଶୋକ କୁମାର ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

ଏହା ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନାରେ ପ୍ରାଣ ହରାଇଥିବା ୬ ଜଣ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ‘ଇ-ନ୍ୟୁଜ୍’ର ଗଜପତି ପ୍ରତିନିଧି କେସି ରତ୍ନମ୍, ‘ସମାଜ’ର ଗଞ୍ଜାମ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ, ‘ପ୍ରମେୟ’ର ଖୋର୍ଦ୍ଧା ପ୍ରତିନିଧି ତାରିଣୀ ଚରଣ ପାଢ଼ୀ, ‘ନିଉଜ୍-୧୮’ର ଭୁବନେଶ୍ୱର ପ୍ରତିନିଧି ପ୍ରବୀର କୁମାର ପ୍ରଧାନ, ‘ମନ୍ଥନ’ର ଖୋର୍ଦ୍ଧା ପ୍ରତିନିଧି ପ୍ରତାପ କୁମାର ଦାଶ, ‘ହିନ୍ଦୁସ୍ତାନ ସମାଚାର’ର ଗଜପତି ପ୍ରତିନିଧି ନବୀନନନ୍ଦ ଗନ୍ତାୟତଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ପାଇଛନ୍ତି । ଅନୁରୂପ ଭାବେ ‘ନିତିଦିନ’ ଭୁବନେଶ୍ୱର ପ୍ରତିନିଧି ରାଧାନାଥ ମହାପାତ୍ର ଏବଂ ‘ପ୍ରତିଦିନ’ର ପ୍ରତିନିଧି ପ୍ରଭାତ କୁମାର ଦାସଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କାଏ ଅନୁକମ୍ପା ଅର୍ଥ ରାଶି ପ୍ରଦାନ କରାଯାଇଛି ।

ସେହିପରି ଭୁବନେଶ୍ୱରରେ ମୁକ୍ତବୃତ୍ତି ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ଅମ୍ବିକା ପ୍ରସାଦ କାନୁନଗୋଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ୨ ଲକ୍ଷ ଏବଂ ଝାରସୁଗୁଡ଼ା ଜିଲ୍ଲ ସମାଜ ପ୍ରତିନିଧି ଗଜେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ କର୍ମଜୀବୀ ସାମ୍ବାଦିକଙ୍କ ଜଟିଳ ରୋଗ ଜନିତ ଚିକିତ୍ସା ପାଇଁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ କୋଭିଡ୍-୧୯ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ରାଜ୍ୟ ସରକାର ପ୍ରଦାନ କରୁଛନ୍ତି । ସେହିପରି ରାଜ୍ୟ ସରକାର ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ରେ ସ୍ୱାସ୍ଥ୍ୟବୀମା ସୁବିଧା ଯୋଗାଉଛନ୍ତି । ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟର ୬,୯୪୪ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

ଯୋଗ୍ୟ ସାମ୍ବାଦିକଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ଆବଶ୍ୟକୀୟ ତଥ୍ୟ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ତୁରନ୍ତ ପ୍ରେରଣ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ବିଭାଗୀୟ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *