‘ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ’

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ଚାଲିଛି । ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନକୁ ଦିଆଯିବ । ଏହାପରେ କମିଶନ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ । ସେ କହିଛନ୍ତି, ‘ସଂରକ୍ଷଣ ତାଲିକା ବାହାରିବା ପରେ ଆପତ୍ତି ଅଭିଯୋଗ ଶୁଣାଣି ପାଇଁ ମାସେ ସମୟ ଦିଆଯିବ। ପରେ ଚୂଡାନ୍ତ ସଂରକ୍ଷଣ ରିପୋର୍ଟ ନିର୍ବାଚନ କମିଶନଙ୍କ ପାଖକୁ ପଠାଯିବ । ଜାନୁଆରୀ ଶେଷ ସୁଧା ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ କମିଶନ ନିର୍ବାଚନ ତାରିଖ ସ୍ଥିର କରିବେ।’ ତେବେ କିଛଇ ସ୍ଥାନରେ ସଂରକ୍ଷଣ ଚୂଡାନ୍ତ ହୋଇନଥିବାବେଳେ ଏହାକୁ ନେଇ ବିଚାର ବିମର୍ଶ ଚାଲିଥିବା ମନ୍ତ୍ରୀ କହିଛନ୍ତି । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *