ଆଉ ୪ ଅଧିକାରୀଙ୍କୁ ଓଡିଶା ସରକାରଙ୍କ ଛାଟ

ଭୁବନେଶ୍ୱର : ଦୁର୍ନୀତିଖୋର ଓ ଅପାରଗତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଶୂନ୍ୟ ସହିଷ୍ଣୁତା ନୀତି ଆଧାରରେ ଆଉ ୪ ଅଧିକାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୨ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ଟିଟିଲାଗଡ ବ୍ଲକର ପୂର୍ବତନ ଏସଇଓ ବଳରାମ ସୁନା ଚାକିରିରୁ ବରଖାସ୍ତ ହୋଇଛନ୍ତି । ସେହିପରି ଆଠମଲ୍ଲିକର ଷ୍ଟାଟିଷ୍ଟିକାଲ ଆସିଟାଣ୍ଟ ବସନ୍ତ ସାହୁ ଚାକିରିରୁ ବରଖାସ୍ତ ହୋଇଛନ୍ତି । ଅନ୍ୟ ୨ ସରକାରୀ ଅଧିକାରୀଙ୍କ ପେନସନ ବନ୍ଦ କରାଯାଇଛି । ଭୁବନେଶ୍ୱର ବିଇଡିର ପୂର୍ବତନ ଡିଜିଏମ ଦାମୋଦର ଦାସଙ୍କ ପେନସନ ବନ୍ଦ ହୋଇଛି । ଏହା ସହ ପୂର୍ବତନ ଏସଆଇ ଜଗନ୍ନାଥ ରାଓଙ୍କ ପେନସନ ବନ୍ଦ ହୋଇଛି । ଏଯାଏଁ ମୋଟ ୧୧୭ ଜଣ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *