ଆକାଶମାର୍ଗରେ ବାତ୍ୟା ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅତି ଭୀଷଣ ବାତ୍ୟା ରୂପ ନେଇ ୟଶ୍ ଓଡ଼ିଶାରେ ମାଡ଼ ହେବାପରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପରେ ବାତ୍ୟା ଉତ୍ତର ଓଡ଼ିଶା ନିକଟବର୍ତ୍ତୀ ଦେଇ ପଶ୍ଚିମବଙ୍ଗ ଏବଂ ପରେ ଝାଡ଼ଖଣ୍ଡରେ ଏହାର ପ୍ରଭାବ ଦେଖାଇଥିଲା । ଗୁରୁବାର ପୂର୍ବାହ୍ଣ ବେଳକୁ ବାତ୍ୟା ୟଶ୍ ଉତ୍ତର-ପଶ୍ଚିମ ମୁହାଁ ହୋଇଥିବା ସୂଚନା ରହିଥିଲା । ତେବେ ରାଜ୍ୟରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ତ୍ୱରିତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ସନ୍ଧ୍ୟାରେ ପ୍ରଥମେ ସମୀକ୍ଷା କରିବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରେ ବୁଲି ଦେଖିଛନ୍ତି । ସୂଚନା ଅନୁସାରେ ବାଲେଶ୍ୱର ଓ ଭଦ୍ରକ ସମେତ କେନ୍ଦ୍ରାପଡ଼ାର ବାତ୍ୟା ପ୍ରଭାବିତ କ୍ଷେତ୍ରରେ ଘଣ୍ଟାଏରୁ ଊଦ୍ଧ୍ୱର୍ ସମୟ ଧରି ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ । ବୁଧବାର କରିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ବାତ୍ୟା ପ୍ରଭାବିତ ୧୨୮ ଗାଁର ସମସ୍ତ ପରିବାରକୁ ୭ ଦିନ ପର୍ଯ୍ୟନ୍ତ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯିବ । ସେହିପରି ବିଦ୍ୟୁତ୍ ସରବରାହ ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟର ଆଶୁ ସମାଧାନ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *