ଓକାକ୍ ସିଇଓଙ୍କ ଟଙ୍କା ଠକେଇ ମାମଲା : ନାଇଜେରିଆରେ ରହିଛି ଗ୍ୟାଙ୍ଗ ଅପରେଟର

ଭୁବନେଶ୍ୱର : ଓକାକ୍ ସିଇଓଙ୍କ ହ୍ୱାଟସ୍ ଆପ୍ ହ୍ୟାକ ଓ ଟଙ୍କା ଠକେଇ ମାମଲା । ଗତକାଲି ଦିଲ୍ଲୀ ପୋଲିସ ଗିରଫ କରିଥିବା ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ । ଠକେଇ ପଛରେ ଆହୁରି ଅନେକ ଗ୍ୟାଙ୍ଗ ସାମିଲ ଅଛନ୍ତି । ଗିରଫ ଅଭିଯୁକ୍ତ ପାସ୍କେଲକୁ ଏବେ ଜେରା କରୁଛି ଓଡିଶା କ୍ରାଇମବ୍ରାଞ୍ଚ । ଜଣେ ଡିଏସପିଙ୍କ ନେତୃତ୍ୱରେ ପଚରାଉଚରା କରାଯାଉଛି । ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀରେ ଗ୍ୟାଙ୍ଗର ଅନେକ ଠକ ଅଛନ୍ତି । ସମସ୍ତ ଠକ ନାଇଜେରିଆର ବୋଲି ଜଣାପଡ଼ିଛି । ଦିଲ୍ଲୀ ପୋଲିସ ଧରିଥିବା ଦୁଇ ଅଭିଯୁକ୍ତଙ୍କର ଭିସା ବାତିଲ୍ କରାଯାଇଛି । ୨୦୧୨ରୁ ଭାରତ ଆସି ଏମାନେ ଏଠାରେ ରହୁଛନ୍ତି ।

ଗିରଫ ଦୁଇ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ଏଟିଏମ୍‌ରୁ ଟଙ୍କା ବାହାର କରନ୍ତି । ଠକେଇ ଟଙ୍କାର ୧୦ପ୍ରତିଶତ ଟଙ୍କା ନିଅନ୍ତି । ଗ୍ୟାଙ୍ଗର ମୁଖ୍ୟ ନାଇଜେଇରିଆରୁ ଅପରେଟ କରୁଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ବେଙ୍ଗାଲୁରୁରୁ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତ ଓକ୍ୱଡିରି ପାସ୍କେଲକୁ ବେଙ୍ଗାଲୁରୁରୁ ଗିରଫ କରିଛି । ସେ ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍ ହ୍ୟାକ୍‌ର ମୁଖ୍ୟ ଅଭିଯୁକ୍ତ ହୋଇଥିବା ଅନୁମାନ କରାଯାଉଛି । ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଏବେ ବେଙ୍ଗାଳୁରୁ ଅଭିମୁଖେ ଗସ୍ତ କରିଛନ୍ତି । ଗିରଫ ଅଭିଯୁକ୍ତକୁ ପଚରାଉଚରା କରିବାକୁ ବେଙ୍ଗଳୁରୁ ଯାଇଛି କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ ଜଣେ ନାଇଜେରିଆନ ଠକକୁ ଗିରଫ କରାଯାଇଥିଲା । ତାକୁ ଜେରା ପରେ ବିଭିନ୍ନ ସ୍ଥାନରେ ରେଡ୍ କରି ଓକ୍ୱଡିରିକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *