ଆସନ୍ତାକାଲି ଗାନ୍ଧୀମୟ ହେବ ଓଡିଶା ବିଧାନସଭା

ଭୁବନେଶ୍ୱର : ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆସନ୍ତାକାଲି ମହାତ୍ମାର ଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୁରିତ ହେଉଛି । ଏନେଇ କାଲି ଗାନ୍ଧୀମୟ ହେବ ଓଡିଶା ବିଧାନସଭା । ମହାତ୍ମା ଗାନ୍ଧୀଙ୍କ ଉପରେ କାଲି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ତେବେ ଗାନ୍ଧୀଙ୍କ ଓଡିଶା ଆଗମନକୁ ଆସନ୍ତାକାଲି ଶହେ ବର୍ଷ ପୂରିବ । ଏନେଇ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସ୍ୱତନ୍ତ୍ର ଆଲୋଚନା ହେବା ସହ ସଂକଳ୍ପ ଅଣାଯାଇ ପାରିତ ହେବ । ଏଥିପାଇଁ କାଲି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ବାତିଲ କରାଯାଇଛି । ଦିନ ୧୦ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଆଲୋଚନା ହେବ । ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *