ଦିନକୁ ୫ ଘଣ୍ଟା ଚାଲିବ ଗୃହ : ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ସେପ୍ଟେମ୍ବର୧ରୁ ୯ ତାରିଖ ଯାଏ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଦିନକୁ ୫ଘଣ୍ଟା ଚାଲିବ ଗୃହକାର୍ଯ୍ୟ । ସକାଳ ସାଢେ ୧୦ରୁ ଦିନ ସାଢେ ଗୋଟାଏ ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ଯାଏ ଦୁଇ ପର୍ଯ୍ୟାୟରେ ଗୃହ ଚାଲିବ । ସୁରୁଖୁରୁରେ ଅଧିବେଶନ ଚାଲିବା ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ଶନିବାର ବିଧାନସଭା ଚାଲିବ । ଅଧିବେଶନରେ ଷ୍ଟାର ପ୍ରଶ୍ନ ରହିବ । ବିଜେପି ୩ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ଗତଥର ଭଳି ବିଧାୟକମାନେ ବସିବା ବ୍ୟବସ୍ଥା କରାଯାଇଛି । ମନ୍ତ୍ରୀ ବସି କିମ୍ବା ଠିଆହୋଇ ଉତ୍ତର ଦେଇପାରିବେ । ବିଧାୟକମାନେ ଓକାକ ବିଲ୍‌ଡିଂ, ଲୋକସେବା ଭବନ ଓ ଅନ୍ୟସ୍ଥାନରେ ବି ବସିପାରିବେ। ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ଚାହିଁଲେ ଭିଡିଓ କନଫରେନସିଂ ଯୋଗ ଦେଇପାରିବେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇଥିଲେ । ଅଧିବେଶନ ପୂର୍ବରୁ ସବୁ ବିଧାୟକ ଓ ମନ୍ତ୍ରୀଙ୍କର ହେବ ଆଣ୍ଟିବଡି ଟେଷ୍ଟ । ଯେଉଁ ଦିନ କରୋନା ଟେଷ୍ଟ ହେବ, ସେହିଦିନ ଆଣ୍ଟିବଡି ଟେଷ୍ଟ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ୍ କରାଯିବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *