ବିଧାନସଭାରେ ଶ୍ୱେତପତ୍ର ଉପସ୍ଥାପିତ,  କମୁଛି ଅଭିଯୋଗ ଫର୍ଦ୍ଧ ଦାଖଲ ସଂଖ୍ୟା

-ହତ୍ୟା ୧୪୭୦, ଲୁଣ୍ଠନ ୨୧୬୬, ଚୋରି ୧୦,୪୧୨ 
– ଦୁଷ୍କର୍ମ ୨୯୮୪, ଯୌତୁକ ହତ୍ୟା ୩୨୦, ନିର୍ଯ୍ୟାତନା ୩୭୫୯  
ଭୁବନେଶ୍ୱର : ରାଜ୍ୟରେ ଯେତେ ପରିମାଣରେ ପଞ୍ଜିକୃତ ଚୋରି, ଡକାୟତି, ଲୁଣ୍ଠନ, ସିନ୍ଧି, ଯୌତୁକ ଜନିତ ହତ୍ୟା ଓ ଆତ୍ମହତ୍ୟା ମାମଲା ତୁଳନାରେ ଅଭିଯୋଗ ଫର୍ଦ୍ଧ କମ ଦାଖଲ ହୋଇଛି । ୨୦୨୦ରେ ପଞ୍ଜିକୃତ ମାମଲା ମଧ୍ୟରୁ ୬୯୪ ଅଭିଯୋଗ ଫର୍ଦ୍ଧ ଦାଖଲ ହୋଇଥିବା ବେଳେ ଡକାୟତିରେ ୨୫୪, ଲୁଣ୍ଠନରେ ୮୮୨, ସିନ୍ଧିରେ ୧୪୨୨, ଚୋରିରେ ୩, ୭୭୦ ଓ ଦୁଷ୍କର୍ମରେ ୨୦୫୪ ଅଭିଯୋଗ ଫର୍ଦ୍ଧ ଦାଖଲ ହୋଇଛି । ବିଧାନସଭାରେ ଆଗତ ଶ୍ୱେତପତ୍ରରେ ତାହା ଦର୍ଶାଯାଇଛି ।
ଶୁକ୍ରବାର ଗୃହରେ ଉପସ୍ଥାପିତ ଶ୍ୱେତପତ୍ରରେ ଦର୍ଶାଯାଇଛି ଯେ, ୨୦୨୦ରେ ଓଡ଼ିଶାରେ ୧,୩୫,୨୩୦ ପଞ୍ଜିକୃତ ଅପରାଧ ମାମଲା ମଧ୍ୟରୁ ୧,୧୦,୭୪୧ ମାମଲା ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା । ମୋଟ ୧,୩୪,୨୩୦ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧,୨୯,୩୦୫ଟି ମାମଲା ସତ୍ୟ ଏବଂ ତନ୍ମଧ୍ୟରୁ ୯୩,୨୨୯ଟି ମାମଲାରେ ଦୋଷାରୋପ ଫର୍ଦ୍ଧ ଦାଖଲ କରାଯାଇଅଛି । ସେହିପରି ୨୦୨୦ରେ ପଞ୍ଜିକୃତ ହୋଇଥିବା ୧,୪୭୦ଟି ହତ୍ୟା ମାମଲା ମଧ୍ୟରୁ ୧,୩୯୨ଟି ସତ୍ୟ ମାମଲା । ତନ୍ମଧ୍ୟରୁ ୨୯୪ଟି ମାମଲାରେ ଦୋଷାରୋପ ଫର୍ଦ୍ଧ ଦାଖଲ କରାଯାଇଅଛି । ୨୦୨୦ରେ ମୋଟ ୫୧୪ଟି ଡକାୟତି ମାମଲା ମଧ୍ୟରୁ ୫୦୨ଟି ମାମଲା ମଧ୍ୟରୁ ୨୫୪ଟି ମାମଲାରେ ଦୋଷାରୋପ ଫର୍ଦ୍ଧ ଦାଖଲ କରାଯାଇଅଛି । ବିଭିନ୍ନ ଡକାୟତି ଘଟଣାରେ ପୋଲିସ ଦ୍ୱାରା ୧୨ ଜଣ ଆନ୍ତଃରାଜ୍ୟ ଡକାୟତ ସମେତ ମୋଟ ୧୮୬୬ ଡକାୟତଙ୍କୁ ଗିରଫ କରାଯାଇଛି । ୨୪ଟି ଘଟଣାରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଓ ବିସ୍ପୋରକ ଦ୍ରବ୍ୟ ଜବତ କରାଯାଇଅଛି । ବିଭିନ୍ନ ଡକାୟତି ମାମଲାରେ ଚୋରି ଯାଇଥିବା ସମ୍ପତ୍ତି ମଧ୍ୟରୁ ୧୦,୪୦,୪୬,୮୪୫ ଟଙ୍କା ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇଛି ।

ଲୁଣ୍ଠନ ମାମଲା ବି କିଛି କମ ନାହିଁ ଓ ୨୦୨୦ରେ ମୋଟ ୨,୧୬୪ଟି ଲୁଣ୍ଠନ ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ ୨୧୬୬ଟି ସତ୍ୟ । ଲୁଣ୍ଠନ ମାମଲାଗୁଡିକରେ ୧୮୧୭ ଅପରାଧୀଙ୍କୁ ଗିରଫ କରାଯାଇଛି । ଚୋରି ଯାଇଥିବା ସମ୍ପତ୍ତି ମଧ୍ୟରୁ ୪, ୨୪, ୨୫,୦୯୫ ଟଙ୍କା ମୂଲ୍ୟର ସମ୍ପତି ଉଦ୍ଧାର କରାଯାଇଅଛି । ୨୧୧୭ ଜଘନ୍ୟ ମାମଲା ମଧ୍ୟରୁ ୮୮୨ଟି ମାମଲାରେ ଦୋଷାରୋପ ଫର୍ଦ୍ଧ ଦାଖଲ ହୋଇଛି । ସେହିପରି ମୋଟ ୪,୫୦୦ ସିନ୍ଧି ଚୋରି ମାମଲା ରଜୁ ହୋଇଥିଲା । ସେଥିମଧ୍ୟରୁ ୪୪୨୬ଟି ମାମଲା ସତ୍ୟ ଏବଂ ୧୪୨୨ ମାମଲାରେ ଅଭିଯୋଗ ଫର୍ଦ୍ଧ ଦାଖଲ ହୋଇଛି । ତେବେ ସେହି ଗୋଟିଏ ବର୍ଷରେ ୧୦, ୪୧୨ଟି ଚୋରି ମାମଲା ପଞ୍ଜିକୃତ ମାମଲା ମଧ୍ୟରୁ ୧୦, ୨୦୭ଟି ସତ୍ୟ ଓ ସେଥିରୁ ୩୭୭୦ଟି ମାମଲାରେ ଅଭିଯୋଗ ଫର୍ଦ୍ଧ ଦାଖଲ ହୋଇଛି । ଏହା ସହ ୨୦୨୦ରେ ପଞ୍ଜିକୃତ ୨୯୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୨୯୦୭ଟି ସତ୍ୟ । ସେଥିରୁ ୨୦୫୪ ମାମଲା ଅଭିଯୋଗ ଫର୍ଦ୍ଧ ଦାଖଲ ହୋଇଛି । ୩୨୦ଟି ଯୌତୁକ ଜନିତ ହତ୍ୟା ମୋକଦମା ମଧ୍ୟରୁ ୧୪୧ଟି ମୋକଦ୍ଦମା ଦାଖଲ ହୋଇଛି । ଯୌତୁକ ଜନିତ ଆତ୍ମହତ୍ୟା ରୁଜୁ ହୋଇଥିବା ସର୍ବମୋଟ ୮୭ଟି ମଧ୍ୟରୁ ୭୩ଟି ମୋକଦ୍ଦମା ତଦନ୍ତାଧିନ ରହିଛି । ୩୭୫୯ଟି ଯୌତୁକ ଜନିତ ନିର୍ଯ୍ୟାତନା ମାମଲା ମଧ୍ୟରୁ ୨୬୪୨ଟି ମାମଲା ମୋକଦ୍ଦମା ତଦନ୍ତ ଚାଲୁ ରହିଛି ।

ରାଜ୍ୟ ସରକାର ପୀଡିତା ମହିଳାଙ୍କୁ ମାନସିକ ସ୍ତରରେ ସାହାଯ୍ୟ ଓ ପରାମର୍ଶ ଯୋଗାଇ ଦେବା ନିମନ୍ତେ ଓଡ଼ିଶାର ୨୦ଟି ବିଭିନ୍ନ ଜିଲ୍ଲା ଓ ପ୍ରତିଷ୍ଠାନ ଯଥା ସହରାଞ୍ଚଳରେ ମହିଳା ସହାୟତା ଓ ପରିବାର ପରାମର୍ଶ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ସରକାର ଶ୍ୱେତପତ୍ରରେ ଦର୍ଶାଇଛନ୍ତି ଯେ, ଚି଼ହ୍ନଟ ସହରଗୁଡିକ ହେଉଛି – 
ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, କେନ୍ଦୁଝର, ବାଲେଶ୍ୱର, ବରଗଡ଼, ଢେଙ୍କାନାଳ, ଗଜପତି, କନ୍ଧମାଳ, କୋରପୁଟ, ରାୟଗଡା, ରାଉରକେଲା, କଳାହାଣ୍ଡି, ମୟୁରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡା । ରାଜ୍ୟ ମାନବିକ ଅଧିକାର କାର୍ଯ୍ୟାଳୟ କଟକ ଠାରେ ପରାମର୍ଶ କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରଗୁଡିକ ବିଭିନ୍ନ ବେସରକାରୀ ସଂସ୍ଥାମାନଙ୍କ ସହାୟତାରେ ଖୋଲାଯାଇଛି । ଏହି କେନ୍ଦ୍ରଗୁଡିକ ସଫଳତାର ସହିତ ପୀଡିତା ମହିଳାଙ୍କୁ ସାହାଯ୍ୟ ଓ ପରାମର୍ଶ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଅଛି ।
ଅନ୍ୟପକ୍ଷରେ ହିଂସାର ଶିକାର ହୋଇଥିବା ପୀଡିତା ମହିଳାଙ୍କୁ ଓ ୧୮ ବର୍ଷରୁ କମ୍ ଝିଅମାନଙ୍କୁ ଚିକିତ୍ସାଳୟରେ ମାନସିକ ସ୍ତରରେ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ‘ୱନ ଷ୍ଟପ ସେଣ୍ଟର\’ ଖୋଲାଯାଇଛି । ଏହି କେନ୍ଦ୍ର ମାଧ୍ୟମରେ ସେମାନଙ୍କୁ ସ୍ୱାସ୍ଥ୍ୟ ଆଇନ ଏବଂ ମାନସିକ ସ୍ତରରେ ସହାୟତା ଯୋଗାଇ ଦେବା ସହିତ ହିଂସାରେ ପୀଡିତ ମହିଳା ଓ ବାଳିକାଙ୍କୁ ପୂର୍ଣ୍ଣକ୍ଷମ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରହିଛି ବୋଲି ଶ୍ୱେତପତ୍ରରେ କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *