ନୂଆପଡ଼ାରେ ୧୬୫ ଶଯ୍ୟା ବିଶିଷ୍ଟ କୋଭିଡ୍ ଡାକ୍ତରଖାନା ଆରମ୍ଭ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ୧୬୫ ଶଯ୍ୟାବିଶିଷ୍ଟ କୋଭିଡ ଡାକ୍ତରଖାନା ଆରମ୍ଭ ହୋଇଛି । ଏଥିରେ ୫ଟି ଆଇସିୟୁର ବ୍ୟବସ୍ଥା ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ନୂଆପଡ଼ା ଜିଲ୍ଲାର ସିଲଦା ଗ୍ରାମଠାରେ ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି କୋଭିଡ୍ ଡାକ୍ତରଖାନା ଖୋଲାଯାଇଛି । ଏହି ଡାକ୍ତରଖାନାରେ ୧୬୫ ଶଯ୍ୟା ସହ ୫ଟି ଆଇସିୟୁ ରଖାଯାଇଛି ବୋଲି ସିଡିଏମଓ କାଳୀପ୍ରସାଦ ବେହେରା ସୂଚନା ଦେଇଛନ୍ତି ।

ଜିଲ୍ଲାରେ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିଲା । ମାର୍ଚ୍ଚ ୨୫ ତାରିଖ ଦିନ ସିନାପାଲି ବ୍ଲକ୍ ବ୍ରାହ୍ମଣପଡ଼ାରେ ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ କୋମନା ବ୍ଲକ୍ କୋନାବିରା ଗାଁରୁ ୨୫ ଜଣ ଚିହ୍ନଟ ହୋଇଥିଲେ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ଅଧିକ ଲେଖାଏଁ ହେଉଥିବାରୁ ଏହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ହୋଇଛି । ଆକ୍ରାନ୍ତମାନଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ଅନେକ ଆକ୍ରାନ୍ତଙ୍କ ଘରେ ସଙ୍ଗରୋଧ ସୁବିଧା ନଥିବାରୁ ସମସ୍ୟା ଦେଖାଦେଇଥିଲା । ଆଜି ସୁଦ୍ଧା ଜିଲ୍ଲାରେ ୩୮୧ଜଣ ସଂକ୍ରମିତ ସଙ୍ଗରୋଧରେ ରହିଛନ୍ତି ।

ତେଣୁ ଏହି ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ୍ ଡାକ୍ତରଖାନାରେ ରଖାଯିବା ସହ ଗୁରୁତର ବ୍ୟକ୍ତିଙ୍କୁ ଆଇସିୟୁରେ ରଖାଯିବାର ବ୍ୟବସ୍ଥା ରହିଛି । ସେହିପରି ଖରିଆର ଆଇଟିଆଇଠାରେ କୋଭିଡ୍ କେୟାର ସେଣ୍ଟର ଖୋଲାଯାଇଛି । ଗୁରୁବାର ନୂଆପଡ଼ା କୋଭିଡ୍ ଡାକ୍ତରଖାନାକୁ ଦକ୍ଷିଣାଞ୍ଚଳ ଆର୍‌ଡିସି ଟି. ଆପଲଆଓ, ନୂଆପଡ଼ା ସିଡିଏମଓ କାଳୀଚରଣ ବେହେରା, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଉପଜିଲ୍ଲାପାଳ ତରଣୀସେନ ନାଏକ, କୋଭିଡ୍ ଡାକ୍ତରଖାନା ଅଧିକାରୀ ଗୋପାଳ ଚନ୍ଦ୍ର ମଲ୍ଲିକ ପ୍ରମୁଖ ପରିଦର୍ଶନ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *