ଥଣ୍ଡା କାଶ ହେଲେ ବିନା ଡାକ୍ତରୀ ପରାମର୍ଶରେ ଔଷଧ ଖାଆନ୍ତୁ ନାହିଁ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଟେଷ୍ଟିଂ ବଢୁଛି । ଏହି କ୍ରମରେ ଦେଖିଲେ ପଜିଟିଭ୍ ହାର କମୁଛି । ପୂର୍ବରୁ ଯାହା ୨୫ ପ୍ରତିଶତ ଥିଲା ତାହା ଏବେ ୧୮ ପ୍ରତିଶତରେ ପହଞ୍ଚିଲାଣି । ଏହି ସ୍ଥିତିକୁ ଦେଖିଲେ ମେ ମାସ ଶେଷ ବେଳକୁ କରୋନା ସଂକ୍ରମଣ କମିବାର ଆଶଙ୍କା ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଗାଁରେ ରହୁଥିବା ଲୋକମାନେ ଥଣ୍ଡା କାଶ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ବିଭିନ୍ନ ଔଷଧ ଖାଉଛନ୍ତି । ସେ ଏଭଳି ଭୁଲ୍ ନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ତେବେ ସବୁ ଔଷଧ ଦୋକାନ ମଧ୍ୟ ବିନା ପ୍ରେସକ୍ରିପସନରେ ଔଷଧ ନ ଦେବା ଉଚିତ୍ । ଏବେ ବିଭିନ୍ନ ରାଜ୍ୟରେ ଛୋଟ ପିଲା ଅଧିକ କରୋନା ସଂକ୍ରମିତ ହେଉଛନ୍ତି । ଏଥିପାଇଁ ଘରର ମୁଖ୍ୟଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ । କାରଣ ଛୋଟ ପିଲାମାନେ ଘର ବାହାରକୁ ଯାଆନ୍ତି ନାହିଁ । ତେଣୁ ଘରର ସବୁ ଲୋକମାନେ ଯଥା ଶୀଘ୍ର ଟିକା ନେଇଯାଆନ୍ତୁ । ଘରର ଅନ୍ୟ ଲୋକ ସଚେତନ ହେବେ ତାହାଲେ ଛୋଟ ପିଲାଙ୍କ ସଂକ୍ରମଣ ହେବାର ବହୁତ କମ ଆଶଙ୍କା ଥାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *