ନୋଏଡ଼ାରେ ମାସେ ଯାଏଁ ଲାଗୁ ହେଲା ୧୪୪ ଧାରା, ଜାଣନ୍ତୁ କାରଣ….

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ନୋଏଡ଼ାରେ ଅକ୍ଟୋବର ୩୧ ଯାଏଁ ଲାଗୁ ହେଲା ୧୪୪ ଧାରା । ଗୌତମବୁଦ୍ଧ ନଗରରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩୧ ଯାଏଁ ୧୪୪ ଧାରା ଜାରି କରାଯାଇଛି । ଏନେଇ ସୂଚନା ଦେବା ଅବସରରେ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ଅକ୍ଟୋବର ମାସରେ ବିଭିନ୍ନ ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପଡ଼ୁଛି । ଏଣୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନୋଏଡ଼ାରେ ମାସେ ପାଇଁ ୧୪୪ ଧାରା ଲାଗୁ କରିଛନ୍ତି । ଅକ୍ଟୋବର ୨ରେ ଗାନ୍ଧି ଜୟନ୍ତୀ, ୭ରେ ମହାରାଜା ଅଗ୍ରସେନ ଜୟନ୍ତୀ ଏବଂ ଶାରଦୀୟ ନବରାତ୍ରି, ୧୩ରେ ମହାଷ୍ଟମୀ, ୧୪ରେ ମହାନବମୀ, ୧୫ରେ ବିଜୟା ଦଶମୀ, ୧୯ରେ ଇଦ ଏ ମିଲାଦ, ୨୦ରେ ମହର୍ଷି ବାଲ୍ମୀକି ଜୟନ୍ତୀ ଓ ୨୧ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଆଚାର୍ଯ୍ୟ ନରେନ୍ଦ୍ର ଦେବ ଜୟନ୍ତୀ ପାଳିତ ହେବ । ଏ ଅବସରରେ ଜନସମାଗମ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଅଧିକ ଲୋକ ଏକାଠି ହେଲେ କରୋନା ସଂକ୍ରମଣ ବଢ଼ିବ । ଏଣୁ ଅସାମାଜିକ ତତ୍ତ୍ୱ ଶାନ୍ତି ଭଙ୍ଗ କରିବା ପୂର୍ବରୁ ହିଁ ନୋଏଡ଼ାରେ ୧୪୪ ଧାରା ଲାଗୁ କରାଯାଇଛି । ଏ ଅବସରରେ କେହି ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *