ଟୋକିଓ ଅଲିମ୍ପିକ୍ : ଫାଇନାଲରେ ନିରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ତ୍ରୟୋଦଶ ଦିବସରେ ଭାରତକୁ ଶୁଭ ଖବର ଆସିଛି । ଭାରତର ଷ୍ଟାର ଆଥଲେଟ୍ ନିରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ଫାଇନାଲରେ ପହଞ୍ଚିଛନ୍ତି । ଏଥିସହ ଗ୍ରୁପ ‘ଏ’ରେ ନିରଜ ପ୍ରଥମ ସ୍ଥାନରେ ରହିଛନ୍ତି । ଅଲିମ୍ପିକର କ୍ୱାଲିଫିକେସନ ରାଉଣ୍ଡରରେ ୮୬.୬୫ ମିଟର ଦୂରତା ଥ୍ରୋ କରି ନିରଜ ଏହି ଗୌରବ ହାସଲ କରିଛନ୍ତି । ୨୩ ବର୍ଷୀୟ ନିରଜ ନିଜର ପ୍ରଥମ ପ୍ରୟାସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ସହ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି । କୋଭିଡ୍-୧୯ କାରଣରୁ ନିରଜଙ୍କ ଅଲିମ୍ପିକ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥିଲା । ତଥାପି ସେ ନିଜର ପ୍ରଶଂସକଙ୍କୁ ନିରାଶ ନ କରି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାରେ ସକ୍ଷମ ହୋଇଛନ୍ତି । ଆସନ୍ତା ୭ ତାରିଖ ଦିନ ଫାଇନାଲ ହେବାକୁ ଥିବାବେଳେ ଏଥିରେ ୧୨ ଜଣ ଶୀର୍ଷ ଖେଳାଳି ସ୍ଥାନ ପାଇବେ ବୋଲି ଜଣାପଡ଼ିଛି । ପୂର୍ବରୁ ନିରଜ ଏସିଆନ୍ ଗେମ୍ସ, କମନୱେଲଥ୍ ଗେମ୍ସ ଓ ଏସିଆନ୍ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦ ହାସଲ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *