ମାଲକାନଗିରିରେ ନାଇଟ୍ କର୍ଫ୍ୟୁ

ମାଲକାନଗିର ‌: କୋଭିଡ-୧୯ର ଦ୍ୱିତୀୟ ଲହରୀ ଦେଶର କିଛି ରାଜ୍ୟରେ ଦେଖାଦେଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ନିତିନିୟମ ଜାରୀ କରିଛନ୍ତି । ବର୍ତମାନ ମାଲକାନଗିରି ଜିଲ୍ଲାରେ ଆଜିଠାରୁ ପ୍ରସିଦ୍ଧ ବଡ଼ଯାତ୍ରା ଆରମ୍ଭ ହୋଇଥିବା ବେଳେ ଦୋଳଯାତ୍ରା ଓ ହୋଲି ଉତ୍ସବ ପାଳନ ହେବାର ଅଛି । ଏଥିରେ ବହୁ ସଂଖ୍ୟାରେ ଭକ୍ତ ଓ ଜନସାଧାରଣ ଏକତ୍ରିତ ହେବାକୁ ଥିବାରୁ କୋଭିଡ ସଂକ୍ରମଣ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାପାଳ ଡ.ୱାଇ ବିଜୟ କେବଳ ଅତ୍ୟାବଶ୍ୟକୀୟ ଗତିବିଧିକୁ ବାଦ ଦେଇ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୩ ତାରିଖ ରାତ୍ରି ୯ ଟାରୁ ମାର୍ଚ୍ଚ ୩୧ ତାରିଖ ରାତ୍ରି ୧୧.୫୯ ପର୍ଯ୍ୟନ୍ତ ରାତ୍ର କର୍ଫ୍ୟୁ ଜାରୀ କରିଛନ୍ତି । ଏହି ପର୍ବ ପାଳନ ସମୟରେ ଏକାଠି ହେବା ସହ କୌଣସି ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି ।

କୋଭିଡ ନିମୟକୁ ପାଳନ କରି ମନ୍ଦିରରେ ପାରମ୍ପରୀକ ପୂଜାର୍ଚ୍ଚନା ସହ ଭକ୍ତଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି । କୋଭିଡ ନିୟମ ପାଳନ ପୂର୍ବକ ଦୋଳମେଳନ ସମୟରେ ୫୦ ଜଣ ସମବେତ ହୋଇପାରିବେ । ହୋଲି ଉତ୍ସବ ସାଧାରଣ ସ୍ଥାନରେ ପାଳନ ଉପରେ କଟକଣା ଜାରୀ କରାଯାଇଥିବା ବେଳେ ନିଜ ଗୃହ ମଧ୍ୟରେ ପରିବାର ସହ ପାଳନ କରିବାକୁ ଅନୁମତି ଦିଆଯାଇଛି । ଜିଲ୍ଲାର ଗଣପର୍ବ ବଡ଼ଯାତ୍ରା ପାଇଁ ୨୦୦ ଜଣ ସମବେତ ହେବାକୁ ଅନୁମତି ଦିଆଯାଇଥିବା ବେଳେ କୋଭିଡ ନିୟମ ପାଳନ ପୂର୍ବକ ମାସ୍କ ବ୍ୟବହାର , ସାମାଜିକ ଦୂରତା, ଥର୍ମାଲ ସ୍କେନିଙ୍ଗ ସହ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।

ବଡ଼ଯାତ୍ରା ସମୟରେ ଡି.ଜେ ସେଟ, ଅପେରା, ନୃତ୍ୟଗୀତ,ଦେଶିଆ ନାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନା ବଜାର, ଖାଦ୍ୟ ଦୋକାନ, ଖେଲନା ଦୋକାନ ସହ କୌଣସି ଅସ୍ଥାୟୀ ଦୋକାନ ଖୋଲିବା ଉପରେ କଟକଣା ଲଗାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ର୍ଥମାଲ ସ୍କ୍ରିନିଙ୍ଗ ପାଇଁ ସିଡିଏମ୍‌ଓଙ୍କୁ ଦାୟିତ୍ୱ ଦିଆଯାଇଛି । ଥର୍ମାଲ ସ୍କ୍ରିନିଙ୍ଗକୁ ବ୍ୟାପକ କରାଯିବା ସହ ସନ୍ଦେହ ବ୍ୟକ୍ତିଙ୍କ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *