ସ୍ବାସ୍ଥ୍ୟ କେନ୍ଦ୍ରଙ୍କୁ ସରଞ୍ଜାମ ବଣ୍ଟନ
ନିମାପଡ଼ା(ବସନ୍ତ ଦାସ) : ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଙ୍କ ଉପସ୍ଥିତିରେ ଅକ୍ସଫାମ ତରଫରୁ ଯେଯେଏସ ମାଧ୍ୟମରେ ନିମାପଡ଼ା ଚାରିଛକ ବଳଙ୍ଗା ନୂଆ ସନ୍ଥ ବଡ଼ ନିନିଗା ଓ ରେଞ୍ଚ ପ୍ରଭୃତି ଡାକ୍ତରଖାନାକୁ ଅକ୍ସିଜେନ ଫ୍ଲୋ ମିଟର ନସଲ୍ ମସ୍କ ବି ପି ମେସିନ ଡିଜିଟାଲ ଥର୍ମୋମିଟର ପ୍ରମୁଖ ସାମଗ୍ରୀ ବଣ୍ଟନ କରିଛନ୍ତି ।ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୋଜିତ ଏହି ବଣ୍ଟନ କାର୍ଯ୍ୟକ୍ରମରେ ନିମାପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ କ୍ଷମା କାନ୍ତ ସେଠି ଚାରି ଛକ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରଶାନ୍ତ କୁମାର ସାମନ୍ତରାୟ ସମେତ ସମସ୍ତ ଡାକ୍ତଖାନାଗୁଡ଼ିକର ଅଧିକାରୀ ମାନେ ଉପସ୍ଥିତ ଥିଲେ ।ରୋଗୀ ମାନେ କିପରି ସୁଚାରୁ ରୂପେ ସେବା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ସମସ୍ତ ଅଧିକାରୀ ମାନଙ୍କୁ କହିଥିଲେ ।