ନିଆଳି ମହାବିଦ୍ୟାଳ ପ୍ରାଣୀ ବିଜ୍ଞାନର ପାଠଚକ୍ର କାର୍ଯ୍ୟକ୍ରମ 

ନିଆଳୀ : ନିଆଳି ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରକୋଷ୍ଠରେ ବିଜ୍ଞାନ ଓ ଧର୍ମ ବିଷୟରେ ଏକ ଆଲେଶଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନେତାଜି ସୁବାଷ ସ୍ମାରକି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ସରୋଜ କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ଅଧ୍ୟକ୍ଷ ଭାଗିରଥି ଜେନା ସଭାପତିତ୍ୱ କରିଥିଲେ । ବ୨ିଭାଗୀୟ ମୁଖ୍ୟ ଡ. ସତ୍ୟ ନାରାୟଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁକ୍ୟ ଅତିଥି ଡ. ସରୋଜ କୁମାର ମିଶ୍ର ବିଜ୍ଞାନ ଓ ଧର୍ମ ବିଷୟରେ ଅନେକ ଉପାଦୟ ତଥ୍ୟ ଉପସ୍ଥାପନା କରିଥିଲେ । ଏହି ଉତ୍ସବରେ ଅଧ୍ୟପିକା ପ୍ରିୟଦର୍ଶିନୀ ଲେଙ୍କା ଆଲୋଚ୍ୟ ବିଷୟ ଉପରେ ସମ୍ୟକ ସୂଚନା ଦେଇଥିଲେ । ମହାବିଦ୍ୟାଳୟ ର ୩ୟ ବର୍ଷ ଛାତ୍ରୀ ସୁବିତ୍ରା ମହାନ୍ତି, ଦ୍ୱିତୀୟ ବର୍ଷ ଛାତ୍ରୀ ପ୍ରିୟମ୍ବଦା, ଓ ପ୍ରତମ ବର୍ଷ ଛାତ୍ରୀ ସୁଭସ୍ମିତା ସାହୁ ସେମାନଙ୍କର ସେମିନାର ବିଷୟ ଉପସ୍ଥାପନା କରିଥିଲେ । ପ୍ରକଳ୍ପ ପ୍ରତିଯୋଗିତାରେ ଫାତମା ନିଶା ଅର୍ପିତା ପ୍ରିୟଦର୍ଶନୀ ଓ ସରସ୍ୱତୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ । ସଭାର ପ୍ରାରମ୍ଭରେ ଶିଲୁଲତା ପ୍ରଧାନ ଓ ଅନ୍ୟମାନେ ସାମୂହିକ ଭଜନ ଗାନ କରିଥିଲେ । ବିଶ୍ୱରୂପା ସେଠୀ ଧନ୍ରବାଦ ଅର୍ପଣ କରିଥିଲେ । ସତ୍ୟଜିତ୍ ସିଂ ଓ ସତ୍ୟପ୍ରଭା ବେଉରା ସଭା ସଂଯୋଜନା କରିଥିଲେ । ଏହି ଉତ୍ସବରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଫେସର ପବୀତ୍ର କୁମାର ମହାନ୍ତି, ସନ୍ତୋଷ କୁମାର ମଲ୍ଲିକ, ଫକୀର ମୋହନ ଧଳ, ଅନୁପ କୁମାର ମଲ୍ଲିକ, ବିଚିତ୍ରା ନନ୍ଦ ନାୟକ ଓ ରାମଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *