ପୁଣି ରୂପ ବଦଳାଇଲା କରୋନା : ଦକ୍ଷିଣ ଆଫ୍ରିକାରେ ନୂଆ ଭାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଟିକା ଦିଆଯିବା ପରେ ଏବେ ବିଶ୍ୱରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି । ହେଲେ ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକା ଦେଇଥିବା ସୂଚନା ଚିନ୍ତାର ବିଷୟ ପାଲଟିଛି । ଦ୍ୱିତୀୟ ଲହର ପରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନଥିବାରୁ ତୃତୀୟ ଲହର ଆସିବାର ଆଶଙ୍କା କମ ବୋଲି କହୁଥିଲେ ବିଶେଷଜ୍ଞ । ହେଲେ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏବେ ଚିନ୍ତା ବଢ଼ିଛି । ଦେଶରେ ଏକାଧିକ ରୂପାନ୍ତର ସହ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଦକ୍ଷିଣ ଆଫ୍ରିକା । “ଦୁର୍ଭାଗ୍ୟବଶତଃ ଆମେ ଏକ ନୂତନ ପ୍ରକାର ଭାରିଆଣ୍ଟ ଚିହ୍ନଟ କରିଛୁ, ଯାହା ଦକ୍ଷିଣ ଆଫ୍ରିକାରେ ଚିନ୍ତାର କାରଣ ପାଲଟିଛି ବୋଲି ଭାଇରୋଲୋଜିଷ୍ଟ ଟୁଲିଓ ଡି ଅଲିଭେଇରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତାଙ୍କର ଏଭଳି ଘୋଷଣା ଏବେ ବିଭିନ୍ନ ଦେଶର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସଂକ୍ରମଣ ବହୁ କଷ୍ଟରେ ନିୟନ୍ତ୍ରଣକୁ ଆସିବା ପରେ ଏଭଳି ନୂଆ ଭାରିଆଣ୍ଟ ପୁଣି କେଉଁ ନୂଆ ବିପଦ ଆଣିବ, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ନୂଆ ଭାରିଆଣ୍ଟ କେତେ ବିପଦଜ୍ଜନକ ହେବ, ତାହା ଜଣାପଡ଼ି ନଥିଲେ ବୋଲି ଲୋକଙ୍କର ସତର୍କ ରହିବା ଜରୁରୀ ହୋଇପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *