ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସିଲା ନୂଆ ଏସଓପି

ପୁରୀ : କରୋନା କାଳରେ ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି । କେବଳ ପୁରୀ ସହରବାସୀଙ୍କ ପାଇଁ ନୂଆ ଏସଓପି ଜାରି ହୋଇଛି । ଏସଓପି ଅନୁସାରେ, ପୁରୀ ପୌରାଞ୍ଚଳର ୩୨ଟି ୱାର୍ଡରେ ଟୋକନ୍ ବଣ୍ଟନ ହେବ । ଟୋକନ୍ ଆଧାରକାର୍ଡ ଦେଖାଇ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ପୂର୍ବଭଳି କିଓସ୍କି ମାଧ୍ୟମରେ ଭକ୍ତମାନେ ଟୋକନ ଓ ଆଧାରକାର୍ଡ ଦେଖାଇବେ । କିନ୍ତୁ ଦର୍ଶନ ବେଳେ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି । ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ଭକ୍ତ । ଏହା ବ୍ୟତୀତ ଶ୍ରୀମନ୍ଦିର ପରିସରରେ ଧୂପ, ଦୀପ ଜଳାଇବା ବାରଣ କରାଯାଇଛି । ଶ୍ରଦ୍ଧାଳୁ ଆନନ୍ଦବଜାରରେ ବସି ପ୍ରସାଦ ସେବନ କରିବା ମନା ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *