ପଞ୍ଚାୟତ ନିର୍ବାଚନ ପାଇଁ ଆସିବ ନୂଆ ନିୟମ

ଭୁବନେଶ୍ୱର :  ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନରେ ହିଂସା ରୋକିବାକୁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଚାୟତ ଭୋଟ ଗଣତି ନେଇ ନୂଆ ନିୟମ ଲାଗୁହେବ । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଛି । ୧୫ ଦିନ ମଧ୍ୟରେ ମତାମତ ଦେବାକୁ ସରକାରଙ୍କ ପକ୍ଷରୁ ସମୟ ନିର୍ଦ୍ଧାରଣ କରାଯାଇଥିବା ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏଣିକି ମତଦାନ କେନ୍ଦ୍ରରେ ନୁହେଁ, କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ହେବ । ବିଧାନସଭା ଓ ଲୋକସଭା ଭଳି ପଞ୍ଚାୟତ ଭୋଟ ଗଣତିରେ ଏହି ନିୟମ ଲାଗୁ ହେବ । ଗଣତି କେନ୍ଦ୍ରରେ ସମସ୍ତଙ୍କ ଉପସ୍ଥିତିରେ ବାଲାଟ୍ ବକ୍ସ ଖୋଲାଯିବ । ପୂର୍ବ ଭଳି ଆଉ ବୁଥରେ ଭୋଟ ଗଣତି ନହୋଇ ବ୍ଲକମାନଙ୍କରେ ହେବ । ପ୍ରାର୍ଥୀ ଓ ପୁଲିସ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲାଟ୍ ବକ୍ସକୁ ସିଲ୍ କରାଯିବ । ଜିଲ୍ଲା ପରିଷଦ ନିର୍ବାଚନରେ ମଧ୍ୟ ଏହି ନୂଆ ନିୟବ ଲାଗୁ କରାଯିବ ବୋଲି କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *