ରାଜ୍ୟର ୪ ହଜାର ପଡ଼ା ପାଲଟିବ ରାଜସ୍ୱ ଗାଁ

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୪ ହଜାର ପଡ଼ାକୁ ମିଳିବ ରାଜସ୍ୱ ଗାାଁର ମାନ୍ୟତା । ଏ ସମ୍ପର୍କିତ ଗାଇଡଲାଇନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡ଼ା ଗାଁକୁ ମିଳିବ ରାଜସ୍ୱ ଗାଁର ମାନ୍ୟତା । ମୂଳ ଗାଁଠାରୁ ୫୦୦ ମିଟର ଦୂର ନଥାଇ ଯଦି ୩ଶହରୁ ଅଧିକ ଲୋକ ଥିବେ ତା’ହେଲେ ମଧ୍ୟ ରାଜସ୍ୱ ଗାଁର ମାନ୍ୟତା ମିଳିବ । ସେହିଭଳି ପ୍ରାକୃତିକ ପ୍ରତିବନ୍ଧକରେ ମୂଳ ଗାଁ ଠାରୁ ବିଚ୍ଛିନ୍ନ ହୋଇଥିବା ପଡ଼ା ଗାଁର ଜନସଂଖ୍ୟା ୨୫୦ରୁ କମ ହୋଇଥିଲେ ମଧ୍ୟ ରାଜସ୍ୱ ଗାଁର ମାନ୍ୟତା ଦିଆଯିବ । ଗୋଚର ଓ ଗୋଷ୍ଠୀଗତ ଜମି ଉପରେ ରହିବ ଉଭୟ ଗାଁର ଅଧିକାର । ଏ ସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ ରାଜସ୍ୱ ସଚିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *