କରୋନାକୁ ଦେଖି ଆସିଲା ନୂଆ ଗାଇଡଲାଇନ୍ : ୫୦% କର୍ମଚାରୀରେ ଚାଲିବ ଅଫିସ

ମୁମ୍ବାଇ : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣରେ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଆଜି ସରକାର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତିବନ୍ଧକ ବଢାଇଛନ୍ତି। ନୂଆ ଗାଇଡଲାଇନ୍ ମୁତାବକ, ସମସ୍ତ ଥିଏଟର ଓ ଅଡିଟୋରିୟମ କେବଳ ୫୦ ପ୍ରତିଶତ କ୍ଷମତା ସହିତ ସଞ୍ଚାଳିତ ହେବ । ସମସ୍ତ ପ୍ରାଇଭେଟ ବା ଘରୋଇ ଅଫିସ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଏହା ସହ ସର୍ବତ୍ର ମାସ୍କର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସ୍ୱାସ୍ଥ୍ୟ ଓ ଅନ୍ୟ ସବୁ ଜରୁରୀ ସେବାକେୁ ଏଥିରୁ ବାଦ୍ ଦିଆଯାଇଛି । ବାକି ସବୁ ଅଫିସ ପାଇଁ ଏହି ନିୟମ ଲାଗୁ ହେବ । ମହାରାଷ୍ଟ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ, ଯଦି କୌଣସି କାର୍ଯ୍ୟାଳୟ ବା ଥିଏଟର ନିୟମ ଉଲ୍ଲଂଘନ କରେ, ତେବେ ତାକୁ ବନ୍ଦ କରାଯିବ । ଏଥିସହ ସରକାରୀ ଓ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟ ଗୁଡିକର ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଛି । କିନ୍ତୁ ଉତ୍ପାଦନ କ୍ଷେତ୍ରରେ ୧୦୦% ସଂଖ୍ୟା ସହ କାମ କରିପାରିବେ । ତେବେ ମହାରାଷ୍ଟ୍ରରେ କରୋନା ପରିସ୍ଥିତି ଆହୁରୀ ବିଗିଡିବାରେ ଲାଗିଛି । ଗତ ଗୁରୁବାର ରାଜ୍ୟରେ ୨୫ ହଜାର ୮୩୩ ନୂଆ ମାମଲା ସାମ୍ନାକୁ ଆସିଛି । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *