ସମ୍ବଲପୁରରେ ନୂତନ କୋଭିଡ ହସ୍ପିଟାଲ ହେବ

ସମ୍ବଲପୁର : ଆଜି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଜଣେଇଛନ୍ତି ଯେ ସମ୍ବଲପୁର ଜଣସାଧାରଣଙ୍କ ଦାବି ଅନୁଯାୟୀ ସମ୍ବଲପୁର ଠାରେ ଏକ ନୂତନ କୋଭିଡ ହସ୍ପିଟାଲ ଆରମ୍ଭ କରାଯିବ। ଏଥିରେ ୮୦ ଏଚଡ଼ିୟୁ, ୨୦ ଆଇସିୟୁ ଓ ୧୦ଟି ଭେଣ୍ଟିଲେଟର ଜନସାଧାରଣଙ୍କର ଚିକିତ୍ସା ନିମନ୍ତେ ରହିବ। ଏହାର ପରିଚାଳନା ଦାୟିତ୍ଵ ବିକାଶ ସିଟି ହସ୍ପିଟାଲ ନେବ। ଏହାକୁ ଏମସିଏଲ ଆର୍ଥିକ ସହାୟତା ଦେବ। ଏଥିସହିତ ସୁନ୍ଦରଗଡ ବସୁନ୍ଧରା ଡିସିଏଚରେ ମଧ୍ୟ ୨୦ ଏଚଡିୟୁ ବେଡ଼, ୩୦ ଆଇସିୟୁ ବେଡର ନୂତନ ସେଟଅପ ସ୍ଥାପନ କରାଯିବ। ସେହିପରି ତାଳଚେରରେ ଡିସିଏଚରେ ଥିବା ୪୦ ଅକ୍ସିଜେନ ବେଡ଼କୁ ୧୦୦ଟି ଅକ୍ସିଜେନ ବେଡ଼ ଏବଂ ୧୦ଟି ଆଇସିୟୁ ବେଡ଼କୁ ୩୦ଟି ଆଇସିୟୁ ବେଡ଼କୁ ବୃଦ୍ଧି କରାଯିବ। ଏହି ସମସ୍ତ ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁମୋଦନ କରିସାରିଛନ୍ତି। ତେଣୁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଆଶା ପ୍ରକଟ କରିଛନ୍ତି ଯେ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ବହୁତ ଜଣସାଧାରଣ କୋଭିଡ ଚିକିତ୍ସାର ସୁବିଧା ପାଇପାରିବେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *