୪୫ ଦିନରେ ୨୦ ମାଉଜର ଜବତ, ଆକ୍ସନ ମୋଡ଼ରେ ନୂଆ କମିଶନର

ଭୁବନେଶ୍ୱର: ଲୁଟ, ଅପହରଣଠୁ ଆରମ୍ଭ କରି ବାଲି ଚୋରା ଚାଲାଣ। ସବୁଠି ଖୁଲମଖୁଲା ଵ୍ୟଵହାର ହେଉଛି ବନ୍ଧୁକ। ନୂଆ ପୋଲିସ କମିଶନର କାର୍ଯ୍ୟରେ ଯୋଗଦେବା ପରେ ଦେଢ଼ ମାସ ମଧ୍ୟରେ ଟୁଇନ ସିଟି ଓ ଏହାର ଉପକଣ୍ଠରୁ ୧୫ଟି ବନ୍ଧୁକ ଜବତ ହୋଇଛି। ସେହିଭଳି ଏସଟିଏଫ ଗତ ସପ୍ତାହରେ ନିଆଳି ନିକଟରୁ ୨ ଯୁବକଙ୍କୁ ଗିରଫ କରିବା ସହ ୮ ବନ୍ଧୁକ ଜବତ କରିଛି। ସେମାନଙ୍କୁ ପଚରାଉଚରା ବେଳେ ମୁଙ୍ଗେରରୁ ବନ୍ଧୁକ ଆସୁଥିବା ସୂଚନା ମିଳିଥିବା ବେଳେ ଏହା ବଜାର ରେ ୫ ହଜାରରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ବିକ୍ରି ହେଉଛି।

ବନ୍ଧୁକ ଡିଲରେ ଲଗାମ ଲଗାଇବା ପାଇଁ ୨୦୧୪ ମସିହାରେ ଆରମ୍ଭ ହୋଇଥିଲା ଅପରେସନ ବ୍ଲାକସ୍ମୋକ। କୁଇକ ଆକ୍ସନ ଟିମ ଏହାର ତଦନ୍ତ ଭାର ନେବା ସହ ସେହିବର୍ଷ ୯୩ ଟି ମାଉଜର ଓ ୨୪୯ ଟି ଅଫୁଟା ଗୁଳି ଜବତ କରିଥିଲା। ୨୦୧୫ ରେ  ୬୩ ଟି ମାଉଜର ସହ ୧୬୨ ଟି ଅଫୁଟା ଗୁଳି, ୨୦୧୬ରେ ୮୯ ଟି ମାଉଜର ସହ ୨୧୨ ଟି  ଅଫୁଟା ଗୁଳି ଜବତ ହୋଇଥିଲା। ତେବେ ୩ ବର୍ଷରେ ୩୭୮ ଜଣଙ୍କୁ ଗିରଫ କରି ଅପରାଧୀଙ୍କ ମନରେ ଛନକା ପୁରାଇଥିବା କ୍ୟୁଏଟି ଏବେ କୋମାକୁ ଚାଲିଯାଇଥିବା ଦେଖାଯାଇଛି। ଗତ ୨ ବର୍ଷ ଧରି ଟୁଇନ ସିଟିରେ ବିପର୍ଯ୍ୟସ୍ତ ହୋଇଥିବା ଆଇନଶୃଙ୍ଖଳାରେ ଏବେ ସୁଧାର ଆସିବା ସହ କ୍ରାଇମରେ ବ୍ରେକ ଲାଗିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *