ରାଜ୍ୟରେ ୫ଶହ ତଳକୁ ଖସିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ୫ଶହ ତଳକୁ ଖସିଲା କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ଚିହ୍ନଟ ହୋଇଛନ୍ତି ୪୭୧ ଜଣ ନୂଆ କରୋନା ସଂକ୍ରମିତ।  ତେବେ ୬ଜଣଙ୍କର ଜୀବନ ନେଇଛି କିଲର କରୋନା। ସେହିପରି ଶୂନରୁ ୧୮ ବର୍ଷ ବୟସର ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୨୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୯୭। ଖୋର୍ଦ୍ଧାରୁ ୧୯୬, କଟକରୁ ୮୧, ଷ୍ଟେଟପୁଲରୁ ୪୪, ବାଲେଶ୍ୱରରୁ ୨୬, ଯାଜପୁର ଓ ମୟବରଭଞ୍ଜରୁ ୨୨ଜଣ ଲେଖାଏଁ, ପୁରୀରୁ ୧୯, ଜଗତସିଂହପୁରରୁ ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡାରୁ ୯, ଢେଙ୍କାନାଳରୁ ୫, ଅନୁଗୁଳ ଓ ଭଦ୍ରକରୁ ୪ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଝାରସୁଗୁଡା, କେନ୍ଦୁଝରରରୁ ୩ଜଣ ଲେଖାଏଁ, ବରଗଡ଼, ଦେବଗଡ଼, ଓ ମାଲକାନଗିରିରୁ ୨ଜଣ ଲେଖାଏଁ, ବଲାଙ୍ଗୀର, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ। ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୭୪ ଆକ୍ରାନ୍ତ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *