ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୪୬୨ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ୪ଶହ ତଳେ ରହିଛି କରୋନା ସଂକ୍ରମଣ। ଦିନକୁ ଦିନ ତଳକୁ ଖସିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ଆଉ ୪୬୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଶୂନରୁ ୧୮ବର୍ଷ ବୟସର ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ସେଣ୍ଟରରୁ ୨୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୧୯୪। ସେପଟେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬ଶହ ଆକ୍ରାନ୍ତ। ଖୋର୍ଦ୍ଧାରୁ ସର୍ବାଧିକ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ଷ୍ଟେଟପୁଲରୁ ୪୩, ଜଗତସିଂହପୁରରୁ ୩୧, କଟକରୁ ୩୦, ଯାଜପୁରରୁ ୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭଦ୍ରକଓ ସୁନ୍ଦରଗଡ଼ରୁ ୧୬ଜଣ ଲେଖାଏଁ, ମୟୂରଭଞ୍ଜ ଓ ପୁରୀରୁ ୧୩ଜଣ ଲେଖାଏଁ, ସମ୍ବଲପୁରରୁ ୧୨, ବାଲେଶ୍ୱରରୁ ୧୧, କେନ୍ଦ୍ରାପଡାରୁ ୧୦,  ଅନୁଗୁଳରୁ ୬, ନୟାଗଡ଼ରୁ ୫, ବରଗଡ଼, ଝାରସୁଗୁଡା, ଓ ରାୟଗଡ଼ାରୁ ୪ଜଣ ଲେଖାଏଁ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଗଞ୍ଜାମ ,କଳାହାଣ୍ଡିରୁ ୨ଜଣ ଲେଖାଏଁ, ଦେବଗଡ଼, କନ୍ଧମାଳ, କେନ୍ଦୁଝର, ନୂଆପଡା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *