ରାଜ୍ୟରେ ୩ ହଜାର ୬୫୦ ଜଣ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ତଳମୁହାଁ ହେଉଛି ଅଦୃଶ୍ୟ ଭୂତାଣୁର ଆତଙ୍କ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୬୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୨୦୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୫୨ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ। ତେବେ ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରେ ଦ୍ୱିତୀୟ ସର୍ବାଧିକ ୪୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୧୨, ବାଲେଶ୍ୱରରୁ ୨୭୮, ବରଗଡ଼ରୁ ୪୫, ଭଦ୍ରକରୁ ୧୭୦, ବଲାଙ୍ଗୀରରୁ ୧୬, ବୌଦ୍ଧରୁ ୪୧, ଦେବଗଡ଼ରୁ ୪, ଢ଼େଙ୍କାନାଳରୁ ୧୧୦, ଗଜପତିରୁ ୮, ଗଞ୍ଜାମରୁ ୧୪, ଯଗତସିଂହପୁରରୁ ୧୩୮, ଯାଜପୁରରୁ ୩୩୨, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୩, କନ୍ଧାମଳରୁ ୨୬, କେନ୍ଦ୍ରାପଡ଼ାରୁ ୧୦୬, କେଉଁଝରରୁ ୬୮, କୋରାପୁଟରୁ ୧୦୪, ମାଲକାନାଗିରିରୁ ୬୭, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୬୯, ନୟାଗଡ଼ରୁ ୧୨୨, ନୂଆପଡ଼ାରୁ ୧୦, ପୁରୀରୁ ୧୮୭, ରାୟଗଡ଼ାରୁ ୧୦୬, ସମ୍ବଲପୁରରୁ ୩୫, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୧୦୬, ଏବଂ ଷ୍ଟେଟପୁଲରୁ ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *