ରାଜ୍ୟରେ ୩ ହଜାର ତଳକୁ ଖସିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ୨ହଜାର ୯୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ୪୫ଜଣଙ୍କ ଜୀବନ ନେଇଛି କିଲର ଭାଇରାସ୍। ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୩ହଜାର ୨୬୫। ୨୧ଜିଲ୍ଲାରେ ଶହେ ତଳେ ଦୈନିକ ସଂକ୍ରମଣ। ୫ଜିଲ୍ଲାରେ ୧୦ତଳେ ଦୈନିକ ସଂକ୍ରମିତ ଚିହ୍ନଟ। ଖୋର୍ଦ୍ଧାରୁ ସର୍ବାଧିକ ୫୪୯, କଟକରୁ ୪୨୨, ବାଲେଶ୍ୱରରୁ ୨୩୭, ଯାଜପୁରରୁ ୨୧୮, ମୟୂରଭଞ୍ଜରୁ ୧୬୫, ଭଦ୍ରକରୁ ୧୬୩, ପୁରୀରୁ ୧୩୨ ଜଗତସିଂହପୁରରୁ ୧୧୯, ଷ୍ଟେଟପୁଲରୁ ୧୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୟାଗଡ଼ରୁ ୯୬, ଅନୁଗୁଳରୁ ୮୬, କେନ୍ଦ୍ରାପଡାରୁ ୭୯, କେନ୍ଦୁଝରରୁ ୭୫, ଢେଙ୍କାନାଳରୁ ୭୭, ମାଲକାନଗିରିରୁ ୫୯, କୋରାପୁଟରୁ ୫୫, ରାୟଗଡ଼ାରୁ ୫୩, ସୁନ୍ଦରଗଡ଼ରୁ ୪୮, ବରଗଡ଼ ଓ ସମ୍ବଲପୁରରୁ ୨୨ଜଣ ଲେଖାଏଁ, ଗଞ୍ଜାମ ଓ କଳାହାଣ୍ଡିରୁ ୨୧ଜଣ ଲେଖାଏଁ, ବୌଦ୍ଧ ଓ ନବରଙ୍ଗପୁରରୁ ୧୯ଜଣ ଲେଖାଏଁ, କନ୍ଧମାଳରୁ ୧୩, ସୋନପୁରରୁ ୧୨, ଝାରସୁଗୁଡା ଓ ନୂଆପଡାରୁ ୮ଜଣ ଲେଖାଏଁ, ବଲାଙ୍ଗୀରରୁ ୭, ଗଜପତିରୁ ୬, ଦେବଗଡ଼ରୁ ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୧୯ହଜାର ୨୬। ମୋଟ୍ ସୁସ୍ଥ ହେଲେଣି ୮ଲକ୍ଷ ୮୪ହଜାର ୨୬୨। ଆକ୍ଟିଭ କେସ୍ ୩୦ହଜାର ୫୫୭।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *