ଆଇପିଏସ ପ୍ରୋବେସନରରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଇପିଏସ୍ ପ୍ରୋବେସନର କାର୍ଯ୍ୟକ୍ରମକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ଏଥିସହ ସେ ଯୁବ ଆଇପିଏସ ଅଫିସରମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି କି ପୁଲିସ ପ୍ରତି ସାଧାରଣରେ ଥିବା ନକାରାତ୍ମକ ଚିନ୍ତାଧାରାକୁ ବଦଳାଇବା ଏବ ବଡ଼ ଚ୍ୟାଲେଞ୍ଜ ହେବ। ଏନେଇ ଯୁବ ପୁଲିସ ଅଫିସର ମାନଙ୍କୁ ନିଜ କାମ ପ୍ରତି ଯତ୍ନବାନ ହେବା ସହି କଠିନ ପରିଶ୍ରମ କରିବାକୁ କହିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୁଲିସ ଏକାଡ଼େମିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଏନଡିଆରଏଫକୁ ପ୍ରଶଂସା କରିଥିଲେ। ବିପର୍ଯ୍ୟୟ ସମରେ ଏନଡିଆରଏଫ୍ ନିଜର ଅଦ୍ଭୁତ କାର୍ଯ୍ୟରେ ଭରସା ଜିତିଛି। ଏପରିକି ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ଜୀବନକୁ ବଞ୍ଚାଇଛନ୍ତି। ଏଥିସହିତ ସେ ପୁଲିସର ବଳିଦାନ ବିଷୟରେ ମଧ୍ୟ କହିଥିଲେ। କିପରି ପୁଲିସ ପର୍ବପର୍ବାଣୀ ସମୟରେ ନିଜ ଘରକୁ ନ ଯାଇ ନିଜ ଡ୍ୟୁଟି କରିଥାନ୍ତି। ଏହି କରୋନା ମହାମାରୀ ସମୟରେ ପୁଲିସର କାର୍ଯ୍ୟକୁ ନେଇ ଜନସାଧାରଣଙ୍କ ଠାରେ ଚିତ୍ରରେ କିଛି ପରିବର୍ତ୍ତନ ଆସିଛି। ବର୍ତ୍ତମାନ ନୂଆ ପୁଲିସ ଅଧିକାରୀଙ୍କ ଦାୟିତ୍ୱ ଯେ ଲୋକଙ୍କଠାରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *