ସଂରକ୍ଷଣ ବିବାଦ ଯୋଗୁଁ ନିଟ୍ ପିଜି କାଉନସିଲିଂକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ନିଟ୍‌ ପିଜି କାଉନସିଲିଂକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । ସଂରକ୍ଷଣକୁ ନେଇ ବିବାଦ ଥିବାରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ । ଇଡବ୍ଲୁସି ଶ୍ରେଣୀର ଆୟ ଧାର୍ଯ୍ୟକୁ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ପୂର୍ବରୁ ଏହି ପ୍ରସଙ୍ଗରେ ତାମିଲନାଡୁ ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ସମର୍ଥନ ଲୋଡିଥିଲେ । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୮ ତାରିଖରେ ହେବ । ନିଟ୍ ପିଜି କାଉନସିଲିଂ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ । ସଂରକ୍ଷଣ ବିବାଦ ସମାଧାନ ନହେବା ପର୍ଯ୍ୟନ୍ତ କାଉନସିଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଓବିସି ଓ ଇଡବ୍ଲୁସି ସଂରକ୍ଷଣ ବୈଧତାକୁ ନେଇ ସର୍ବୋଚ୍ଚ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । ସର୍ବଭାରତୀୟ କୋଟାରେ ଏହି ସଂରକ୍ଷଣ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ପିଜି ଆଡମିସନ୍ କରିବା ପାଇଁ ଇଡବ୍ଲୁସିକୁ ସଂରକ୍ଷଣ ମିଳିବ କି ନାହିଁ କୋର୍ଟ ବିଚାର କରୁଛନ୍ତି । କେନ୍ଦ୍ର ସରକାର ଇଡବ୍ଲୁସିର ଆୟ ସୀମା ୮ ଲକ୍ଷ ଟଙ୍କା ରଖିଥିବା ବେଳେ ଏହା ଉପରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । କେଉଁ ଆଧାରରେ ଆୟସୀମା ଆଠ ଲକ୍ଷ ଟଙ୍କା ଧାର୍ଯ୍ୟ କରାଗଲା ? ଏହାର ବୈଧତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ଆଗକୁ ଏହି ଆୟସୀମା କମାଇବାକୁ ଲକ୍ଷ୍ୟ ରଖିଛନ୍ତି କି ସରକାର ? ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ନିଟ୍ ମାଧ୍ୟମରେ ହେବାକୁ ଥିବା ମେଡିକାଲ ଆଡମିଶନରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏବଂ ଇଡବ୍ଲୁସିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ସରକାରଙ୍କ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଏଥିରେ ସାମ୍ବିଧାନିକ ମୁଲ୍ୟବୋଧକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି ନା ନାହିଁ ତାହା ଜାଣିବାକୁ ଚାହିଁଛନ୍ତି କୋର୍ଟ ।

ଏପଟେ କାଉନସିଲିଂ ବିଳମ୍ବ ହେଲେ ଛାତ୍ରଛାତ୍ରୀଙ୍କ ଉପରେ ଗଭୀର ପ୍ରଭାବ ପଡିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷ ରଖିଛନ୍ତି ଓକିଲ । ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟକୁ ବିରୋଧ କରିଆସୁଛି ତାମିଲନାଡୁ । ଓଡ଼ିଶା ସରକାର ମଧ୍ୟ ପରୀକ୍ଷା ପ୍ରଣାଳିରେ ପରିବର୍ତ୍ତନ ପାଇଁ ଅନେକ ଥର କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନର ବ୍ୟବସ୍ଥା ଧନୀ ଓ ସମ୍ପ୍ରାନ୍ତ ଶ୍ରେଣୀର ପିଲାଙ୍କୁ ସୁହାଉଛି । ରାଜ୍ୟ ବୋର୍ଡରେ ପଢୁଥିବା ପିଲାଙ୍କ ଅପେକ୍ଷା ସିବିଏସଇ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ସୁହାଉଛି । ତେଣୁ ଏହା ବିରୋଧରେ ବିଭିନ୍ନ ରାଜ୍ୟ ସରକାର ମାନଙ୍କ ସହଯୋଗ ଲୋଡୁଛନ୍ତି ତାମିଲନାଡୁ ସରକାର । ସର୍ବ ଭାରତୀୟ ମେଡିକାଲ ପରୀକ୍ଷା ନିଟରେ ଗ୍ରାମାଞ୍ଚଳ ଓ ଗରିବ ପରିବାରର ଛାତ୍ରଛାତ୍ରୀ ସାମ୍ନା କରୁଥିବା ସମସ୍ୟା ବାବଦରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ମାଗିଛନ୍ତି । ଏହି ପରୀକ୍ଷାକୁ ଇନକ୍ଲୁସିଭ କରିବା ପାଇଁ ଅର୍ଥାତ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଦିଗରେ ଓଡିଶା ସରକାରଙ୍କ ସମର୍ଥନ ଲୋଡିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ନିଟ ସମେତ ଆଇଆଇଟି ଏବଂ ୟୁପିଏସସି ଭଳି ସର୍ବଭାରତୀୟ ପରୀକ୍ଷାରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *