ଭଣ୍ଡାରିପୋଖରୀରେ ପହଁଚିଲେ ଏନଡିଆରଏଫ ଟିମ

ବାରିକପୁର : ବାତ୍ୟା ୟସକୁ ଆଖିଆଗରେ ରଖି ଆଜି ଭଣ୍ଡାରିପୋଖରୀ ଠାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ (ଏନଡିଆରଏଫ) ଦଳ ଆଜି ଭଣ୍ଡାରିପୋଖରୀ ଠାରେ ପହଞ୍ଚିଛନ୍ତି। ଆଜି ସକାଳୁ ୧୬ଜଣିଆ ଏନଡିଆରଏଫ ଟିମ ବ୍ଲକ କାର୍ଯ୍ୟାଳୟ ଠାରେ ପହଂଚି ୟସ ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଥିଲେ। ବାତ୍ୟା ବେଳେ ବ୍ଲକ ଅଂଚଳରେ କୌଣସି ଜାଗାରେ ଗଛ ଭାଙ୍ଗିବା କିମ୍ବା ଘର ଭାଙ୍ଗିବା ଦେଖାଦେଲେ ଏନଡିଆରଏଫ ଟିମ ତୁରନ୍ତ ସେଠାରେ ପହଁଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ପ୍ରଶାସନ ପକ୍ଷରୁ ଜଣାଯାଇଛି। ବ୍ଲକର ବିଷ୍ଣୁପୁର ଠାରୁ ଆରମ୍ଭ କରି ମଞ୍ଜୁରୀରୋଡ , ଆଖୁଆପଦା ଓ ମଣିନାଥପୁର ଯାଏଁ ୨୩ଗୋଟି ପଂଚାୟତ ଅଂଚଳରେ ଆଜି ବର୍ଷା ସହିତ ପବନ ଆରମ୍ଭ ହୋଇଛି। ଯେ କୌଣସି ମୁହୂର୍ତ୍ତରେ କେଉଁଠି ନା କେଉଁଠି ଗଛ ଡାଳ ଭାଙ୍ଗି ରାସ୍ତା ଅବରୋଧ ହେବା ସହିତ ମାଟି କାନ୍ଥ ଛଣ ଛପର ଘର ଭୂମିରେ ଲୋଟିଯିବା ଅସମ୍ଭବ ନୁହେଁ। ଏପରିସ୍ଥଳେ ବ୍ଲକ ଅଗ୍ନିଶମ ବିଭାଗ ସଜାଗ ଥିବାବେଳେ ଏନଡିଆରଏଫ ଟିମର ଯୋଗଦାନ ବ୍ଲକ ପ୍ରଶାସନର ମନୋବଳକୁ ଦୃଢ଼ କରିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *