ଏନ୍‌ସିଆର୍‌ବି ରିପୋର୍ଟ-୨୦୨୦ : ସଡ଼କ ଦୁର୍ଘଟଣାରେ ଭାରତରେ ମରିଛନ୍ତି ୧.୨୦ ଲକ୍ଷ

ନୂଆଦିଲ୍ଲୀ: ଗତବର୍ଷ ଅର୍ଥାତ ୨୦୨୦ରେ ଭାରତରେ ସଡ଼କ ଦୁର୍ଘଟଣାରେ ୧.୨୦ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । କୋଭିଡ ଯୋଗୁଁ ଯାତାୟାତରେ କଟକଣା ଜାରି କରାଯାଇଥିବା ସତ୍ତ୍ୱେ ଏଭଳି ମୃତ୍ୟୁହାର ଉଦ୍‌ବେଗଜନକ ବୋଲି କୁହାଯାଇଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି) ପକ୍ଷରୁ ଜାରି କରାଯାଇଥିବା ଏହି ରେକର୍ଡ ଅନୁଯାୟୀ ୨୦୨୦ରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ହାରାହାରି ୩୨୮ ଜଣ ପ୍ରାଣ ହରାଇଛନ୍ତି । ପୂର୍ବ ଦୁଇବର୍ଷ ତୁଳନାରେ ଏହି ସଂଖ୍ୟା ସାମାନ୍ୟ କମ ହୋଇଥିଲେ ସୁଦ୍ଧା ଚିନ୍ତାର ବିଷୟ ବୋଲି କୁହାଯାଇଛି । ୨୦୧୮ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧.୩୫ ଲକ୍ଷ ଓ ୨୦୧୯ରେ ୧.୩୬ ଲକ୍ଷ ରହିଥିଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏନ୍‌ସିଆର୍‌ବି ଡାଟା ଅନୁଯାୟୀ ୨୦୨୦ରେ ଦେଶରେ ୪୧,୧୯୬ଟି ହିଟ୍ ଆଣ୍ଡ୍ ରନ୍ ମାମଲା ସଂଗଠିତ ହୋଇଛି ।

ବେପରୁଆ ଗାଡିଚାଳନା ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ହିଟ୍‌୍ ଆଣ୍ଡ୍ ରନ୍ ମାନ୍ୟତା ଦିଆଯାଇଥାଏ । ୨୦୧୮ରେ ଏଭଳି ଘଟଣା ୪୭,୦୨୮ ଥର ଏବଂ ୨୦୧୯ରେ ୪୭,୫୦୪ ଥର ଘଟିଥିବା ରେକର୍ଡରୁ ଜଣାପଡିଛି । ଅର୍ଥାତ ଗତବର୍ଷ ହାରାହାରି ଦୈନିକ ୧୨ଟି ହିଟ୍ ଆଣ୍ଡ୍ ରନ୍ ମାମଲା ଦେଖିବାକୁ ମିଳିଥିଲା । ବେପରୁଆ ଗାଡିଚାଳନା ଯୋଗୁଁ ଗତବର୍ଷ ୧.୨୦ ଲକ୍ଷ ଲୋକ ଆହତ ହୋଇଥିବାବେଳେ ଗୁରୁତର ଆହତଙ୍କ ସଂଖ୍ୟା ୮୫,୯୨୦ ରହିଥିଲା । ୨୦୨୦ରେ ଟ୍ରେନ ଦୁର୍ଘଟଣାରେ ଭାରତରେ ୫୨ ଜଣ ପ୍ରାଣ ହରାଇଥିଲେ । ୨୦୧୮ ଓ ୨୦୧୯ରେ ଏହି ସଂଖ୍ୟା ଯଥାକ୍ରମେ ୩୫ ଓ ୫୫ ରହିଥିଲା । ୨୦୨୦ରେ ଡାକ୍ତରୀ ଅବହେଳା ଯୋଗୁଁ ୧୩୩ ଜଣଙ୍କର ମୃତ୍ୟୁ ଘଟିଥିଲା । ୨୦୧୮ ଓ ୨୦୧୯ରେ ଏହି ସଂଖ୍ୟା ଯଥାକ୍ରମେ ୨୧୮ ଓ ୨୦୧ ରହିଥିବା କୁହାଯାଇଛି । ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ୨୦୨୦ରେ ଦେଶରେ ୫୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟାନ୍ୟ କାରଣରୁ ୬୩୬୭ ଜଣଙ୍କର ପ୍ରାଣହାନି ଘଟିଥିଲା । ଗତବର୍ଷ କୋଭିଡ୍ ଯୋଗୁଁ ମାର୍ଚ୍ଚ ୨୫ରୁ ମେ’ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ ଜାରି କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *