ଡରାଇଲା କରୋନା, ଲାଲ୍ ବାହିନୀ ଛାଡ଼ି ଆତ୍ମସମର୍ପଣ କଲେ ମାଓ ଦମ୍ପତି

ମାଲକାନଗିରି: ଦେଶରେ କରୋନା ହାହାକାର ସୃଷ୍ଟି କରିଛି । ପ୍ରତିଦିନ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ହଜାର ହଜାର ଜଣଙ୍କ ମୃତ୍ୟୁ ହେଉଛି । ସହରରୁ ଗାଁକୁ ବ୍ୟାପିଥିବା କରୋନା ଏବେ ଲାଲଗଡ଼ରେ ଆତଙ୍କ ସୃଷ୍ଟି କରିଛି । କରୋନାର ପ୍ରକୋପରେ ଥରହର ହେଲାଣି ଲାଲ୍ ଶିବିର । ଡର କରୋନାରେ ଜୀବନ ଯିବନି ତ ? କରୋନା ଲକ୍ଷଣ ଥିବା ଦୁର୍ଦ୍ଦାନ୍ତ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ୍ ତାତି ଓ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ଼ କାଙ୍କେର ଜିଲ୍ଲାର ପ୍ରତାପପୁର ଏରିଆ କମିଟିରେ ସକ୍ରିୟ ଥିଲେ ଏହି ମାଓ ଦମ୍ପତି । ଉଭୟ କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ଚିକିତ୍ସା ପାଇଁ ସବୁଆଡେ ବୁଲିବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ଆତ୍ମସମର୍ପଣ କରିଛନ୍ତି । ଦୁଇ ମାଓବାଦୀଙ୍କ କରୋନା ଟେଷ୍ଟ ପଜିଟିଭ୍ ବାହାରିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ ପଠାଯାଇଛି । ଏମାନଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଦାଏର ହୋଇଛି । ମାଓ ଦମ୍ପତି ସମାଜର ମୁଖ୍ୟସ୍ରୋତକୁ ଫେରିଥିବାରୁ ଥଇଥାନ ନିୟମ ଅନୁଯାୟୀ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବସ୍ତର ଆଇଜି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *