କିଏ ହେବ ନବୀନଙ୍କ ବିଶ୍ୱାସୀ

ଭୁବନେଶ୍ୱର :  ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଏକ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି । କରୋନା ମହାମାରୀର ଦ୍ୱିତୀୟ ଲହର କମିବା ପରେ ନବୀନ ନିଜ ପଂଚମ ପାଳିର ମନ୍ତ୍ରୀମଣ୍ଡଳରେ ପ୍ରଥମ ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ପାୱାର କରିଡରରେ ଘୁରି ବୁଲୁଛି । ନବୀନ କାହା ଉପରେ ବିଶ୍ୱାସ ରଖିବେ ଆଉ କାହା ଉପରେ ବିଶ୍ୱାସ ହରାଇ ବସିଛନ୍ତି ତାକୁ ନେଇ ଆରମ୍ଭ ହୋଇ ସାରିଛି ଆକଳନ ।

ଏପରିକି କିଛୀ ନୂଆ ନେତା ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଗୋଟି ଚାଳନା ଆରମ୍ଭ କରିଥିବା ଜଣାପଡିଛି ।ଅଦଳବଦଳ ପଛରେ ଦୁଇ ତିନୋଟି ମୁଖ୍ୟ ଦିଗ ରହିଛି। ଖାସ୍ କରି ଆଗକୁ ସହର ଆଉ ପଂଚାୟତ ଭୋଟ ଅସୁଥିବାରୁ ଅଭିଜ୍ଞ ତଥା ସାଂଗଠନିକ ଦକ୍ଷତା ରଖୁଥିବା ନେତାଙ୍କୁ ଦାୟିତ୍ୱ ଦେବାକୁ ନବୀନ ମନସ୍ଥ କରିଥିବା ଜଣାପଡିଛି । ସେହିପରି ଦୁଇ ଦୁଇଟି ଉପ ନିର୍ବାଚନରେ ଦାୟିତ୍ୱ ନେଇ ସଫଳତା ଆଣିଥିବା ନେତାଙ୍କୁ ଥଇଥାନ କରିବାକୁ ନବୀନ ଚିନ୍ତା କରୁଥିବା ଜଣାପଡୁଛି ।

ବିଜେପୁର ଉପ-ନିର୍ବାଚନ ପରେ ନବୀନ ସମାନ ଢଙ୍ଗରେ ଦଳ ପାଇଁ ସଫଳତା ଆଣିଥିବା ନେତାଙ୍କୁ ପୁରଷ୍କୃତ କରିଥିଲେ । ଆଉ ଶେଷରେ କିଛି ନେତା ବିବାଦୀୟ ହୋଇଥିବାରୁ ଏବଂ କିଛି ନେତାଙ୍କ ପ୍ରଦର୍ଶନ ନିରୁତ୍ସାହଜନକ ଥିବାରୁ ସେମାନଙ୍କୁ ବାଦ ଦେବାକୁ ଚିନ୍ତା କରୁଥାଇପାରନ୍ତି । କିଛି ଏଭଳି ଆଧାରରେ ନବୀନ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିବାର ଯଥେଷ୍ଟ ସମ୍ଭାବନା ରହୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *