ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର :  ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ । ସମସ୍ତ କୋଭିଡ ଗାଇଡ଼ଲାଇନ ପର୍ଯ୍ୟଟକମାନଙ୍କ ପାଇଁ ବାଧ୍ୟତାମୂଳକ ହେବ । ଜର, ଥଣ୍ଡା କାଶ ଥିଲେ ପର୍ଯ୍ୟଟକଙ୍କୁ ନନ୍ଦନକାନନ ମନା । ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିଛି । ନନ୍ଦନକାନନ ମଧ୍ୟରେ ଛେପ ପକାଇବାକୁ ବାରଣ କରାଯାଇଛି । ଜନ୍ତୁ ମାନଙ୍କୁ ଖୁଆଡ଼ ବ୍ୟାରିକେଟକୁ ଛୁଇଁବାକୁ ବାରଣ କରାଯାଇଛି । କରୋନା ଦ୍ୱିତୀୟ ଲହର ଯୋଗୁଁ ପଯ୍ୟଟକମାନଙ୍କ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ 2021-ମେ ୧ତାରିଖ ଠାରୁ ବନ୍ଦ ରଖିଥିଲେ ନନ୍ଦନକାନନ । ପ୍ରଥମ ଲହର ଲକଡାଉନ ବେଳେ ୨୦୨୦-ମାର୍ଚ୍ଚ ୧୫-ରୁ ୭ମାସ ବନ୍ଦ ହୋଇ ଅକ୍ଟୋବର ୨ତାରିଖରେ ଖୋଲିଥିଲା । କୋଟି କୋଟି ରାଜସ୍ୱ କ୍ଷତି ହେବା ସହିତ, ପଯ୍ୟଟକଙ୍କ ସଂଖ୍ୟା ବି କମିବାରେ ଲାଗିଥିଲା । ଦ୍ୱିତୀୟ ଲହର ଲକଡାଉନରେ ୩-ମାସ ବନ୍ଦ ହୋଇ ଅଗଷ୍ଟ ପ୍ରଥମ ସପ୍ତାହ ରେ ଖୋଲିବାକୁ ଯାଉଛି । ସମ୍ପୂର୍ଣ କୋଭିଡି ଗାଇଡ଼ଲାଇନ ନିୟମ ସାହ ନନ୍ଦନକାନନ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *