ଡରାଉଛି ଓମିକ୍ରନ୍, ପର୍ଯ୍ୟଟକଙ୍କ ପାଇଁ ୫ ଦିନ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ମାଡ଼ି ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦିନ ଗଢ଼ିବା ସହ ବଢ଼ୁଛି ଓମିକ୍ରନ୍ ସଂକ୍ରମଣ ମାମଲା । ରାଜ୍ୟରେ ଓମିକ୍ରନର ୯ଟି ମାମଲା ଚିହ୍ନଟ ହୋଇଥିବା ବେଳେ ସଜାଗ ଅଛନ୍ତି ସରକାର । ସଂକ୍ରମଣ ରୋକିବାକୁ ନେଉଛନ୍ତି କଡ଼ା ପଦକ୍ଷେପ । ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି । ନନ୍ଦନକାନନ ସହ ରାଜ୍ୟ ବଟାନିକାଲ ଗାର୍ଡେନ ସାମୟିକ ବନ୍ଦ ରହିବ । ଆସନ୍ତାକାଲି ୩୦ ତାରିଖ ଠାରୁ ଜାନୁଆରୀ ୩ ତାରିଖ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ନୂଆବର୍ଷ ସମୟରେ ନନ୍ଦନକାନରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୮ ଲକ୍ଷ ୨୦ ହଜାର ୪୮୪ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ । ୨୦୨୧ ଜାନୁଆରୀ ୧ ତାରିଖରେ ମୋଟ ୧୨ ହଜାର ୪୩୯ ଜଣ ପର୍ଯ୍ୟଟକ ଆସିଥିଲେ ନନ୍ଦନକାନନ । ସେହିଭଳି ଭୋଜି ପାଇଁ ରାଜ୍ୟ ବଟାନିକାଲ ଗାର୍ଡେନରେ ଏହି ସମୟରେ ବେଶ୍ ଭିଡ଼ ଜମିଥାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *