କରୋନା ଟେଷ୍ଟ ପାଇଁ ଆଉ ନାକରେ ପଶିବନି ସ୍ୱାବ୍‌

ନାଗପୁର :  ଦିନକୁ ଦିନ କରୋନା ପରୀକ୍ଷା ପାଇଁ ବୈଜ୍ଞାନିକମାନେ ନୂଆ ତରିକା କାଢ଼ିବାରେ ଲାଗିଛନ୍ତି । କରୋନା ଟେଷ୍ଟ ପାଇଁ ନାକରୁ ଷ୍ଟିକ ମାଧ୍ୟମରେ ନିଆ ଯାଉଥିବା ସାମ୍ପଲ ଆଉ ଦରକାର ନାହିଁ । ଟେଷ୍ଟ ପାଇଁ ବୈଜ୍ଞାନିକ କାଢ଼ିଲେ ନୂଆ ପଦ୍ଧତି । ଏହା ଆର୍‌ଟିପିସିଆର୍ ଟେଷ୍ଟ ତୁଳନାରେ ଶସ୍ତା ଓ ଶୀଘ୍ର ହେବ । ଏଭଳି ଏକ ଭଲ ଖବର ମିଳିଛି ନାଗପୁରରୁ । ଏବେ କରୋନା ଟେଷ୍ଟ ପାଇଁ ନାକ ଓ ଗଳାରେ ଷ୍ଟିକ (ସ୍ୱାବ୍‌) ପୁରାଇବା ଆଉ ଆବଶ୍ୟକ ପଡ଼ିବନି ।

ସାଲାଇନ୍‌ ଗର୍ଗଲ ବା କୁଳି କରି ସେଥିରୁ ଟେଷ୍ଟ କରାଯାଇ ପାରିବ । ନାଗପୁର ସ୍ଥିତ ନେସ୍‌ନାଲ୍‌ ଏନ୍‌ଭାର୍ଣ୍ଣମେଣ୍ଟାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ର ବୈଜ୍ଞାନିକମାନେ କରୋନା ସାମ୍ପୁଲ ନେବା ପାଇଁ ସାଲାଇନ୍‌ ଗର୍ଗଲ ଟେକ୍‌ନିକ ବାହାର କରିଛନ୍ତି। ଏହାଦ୍ୱାରା ଆପଣଙ୍କୁ କଷ୍ଟ ହେବ ନାହିଁ । ନାକ କିମ୍ବା ପାଟିରେ ଆଉ ଷ୍ଟିକ ପଶେଇବା ଆବଶ୍ୟକ ପଡ଼ିବ ନାହିଁ । କେବଳ ଗର୍ଗଲ ମାଧ୍ୟମରେ ଆପଣଙ୍କ ଠାରୁ ସାମ୍ପଲ କଲେକସନ୍‌ କରାଯିବ । ଏହି ପଦ୍ଧତିକୁ ଆଇସିଏମ୍‌ଆର୍‌ ମଧ୍ୟ ମାନ୍ୟତା ଦେଇଛି ।

ଏହି ପଦ୍ଧତିରେ ବ୍ୟକ୍ତିକୁ ଏକ ଖାଲି ଡବା ଦିଆଯିବ । ବ୍ୟକ୍ତି ସାଲାଇନ୍‌ କୁଳି କରି ସେହି ଡବାରେ ଭରି ଲ୍ୟାବ୍‌କୁ ପଠାଇବାକୁ ପଡ଼ିବ । ଏହାଦ୍ୱାରା ସାମ୍ପଲ୍‌ ସଂଗ୍ରହ ପାଇଁ ଆଉ ପ୍ରଶିକ୍ଷିତ ଲୋକଙ୍କର ମଧ୍ୟ ଆବଶ୍ୟକ ପଡ଼ିବନାହିଁ । ନିଜେ ଘରେ ସାମ୍ପଲ କଲେକସନ୍‌ କରି ଲ୍ୟାବ୍‌କୁ ପଠାଇପାରିବେ । ଏହି ଟେକ୍‌ନିକ୍‌ରେ ଖର୍ଚ୍ଚ ମାତ୍ର ୬୦ ଟଙ୍କା ପଡିବ । ଯେଉଁଠି ରେ ଟେଷ୍ଟ କଲେ ୫୦୦ ଟଙ୍କାରୁ ଅଧିକ ଲାଗୁଛି ବୋଲି କୁହାଯାଇଛି । ଏହି ଟେକ୍‌ନିକ ମାଧ୍ୟମରେ ସମୟ ବଞ୍ଚିବାସହ କଷ୍ଟ ମଧ୍ୟ ହେବନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *