ଆରପାରିକୁ ଚାଲିଗଲେ ବାପା ମାଆ : ଅନାଥ ହୋଇଗଲା ୪ ବର୍ଷର କୁନି ଝିଅ

ନବରଙ୍ଗପୁର : ମା ଉଠ….ମୋର ଆଉ କିଏ ଅଛି ଯେ, ଉଠି ଯାଲୋ ମାଆ…ତୁ ଏମିତି ଶୋଇଯାଆନି ଲୋ ମା.. ଉଠ ଲୋ ମା, ତୋ ବିନା ମୁଁ କେମିତି ବଞ୍ଚିବି ଲୋ… ମା’ର ଶବ ପାଖରେ ଲୁହ ଗଡେଇ ଗୁଣୁ ଗୁଣୁ ହଉଛି ୪ ବର୍ଷର କୁନି ଝିଅ ଦୁର୍ଗା । କିଛି ଜାଣିପାରୁନି ମା’ ତାର ଏମିତି କାହିଁକି ଶୋଇଛି । ସେ ଭାବୁଛି ମାଆ ତାର ନିଦରେ ଶୋଇଛି । ସେଥିପାଇଁ ମାର ଶବ ପାଖରେ ବସି ଲୁହ ଗଡାଇ ଚାଲିଛି ଝିଅ ଦୁର୍ଗା । ବାପା ମାଆ ଝିଅର ନାଁ ରଖିଥିଲେ ଦୁର୍ଗା । ବୋଧହୁଏ ସେଥିପାଇଁ ଏତେ କଅଁଳ ବୟସରେ ଏତେ କଷ୍ଟ ଯନ୍ତ୍ରଣାକୁ ସାମ୍ନା କରିବାକୁ ଏକାକୀ ଛାଡିଦେଲେ ଭଗବାନ । ଦୁଃଖ କଣ ଏମିତି ବି ଆସେ । ସଡକ ଦୁର୍ଘଟଣାରେ ଗତ ୩ ବର୍ଷ ତଳେ ବାପା ଚାଲିଯାଇଥିଲେ । ମା’ ପର ଘରେ ମୂଲ ଲାଗି ଏଇ ଭଙ୍ଗା ଦଦରା ଘରେ ଝିଅ ଦୁର୍ଗାର କଅଁଳ ମୁହଁକୁ ଦେଖି ଦିନ କାଟୁଥିଲେ । ହେଲେ ଦଇବ ଏ କୁନି ଝିଅ ଭାଗ୍ୟରେ ଏତେ ଦୁଃଖ ଲେଖିଛନ୍ତି ବୋଲି କିଏ ଜାଣିଥିଲା । ଆଜି ମା ପୋଖରୀକୁ ଗାଧୋଇବା ଯିବାବେଳେ ବାଟରେ ପଡି ତାଙ୍କର ଅକସ୍ମାତ୍ ମୃତ୍ୟୁ ଘଟିଛି । ଏତେ ବଡ଼ ଦୁନିଆରେ ଦୁର୍ଗା ଆଜି ଏକୁଟିଆ । ଏ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ସହର ସ୍ଥିତ ଇଛାବତୀ ଗୁଡା ଅଞ୍ଚଳ ର ବନ୍ଧମୁଣ୍ଡା ବସ୍ତିରେ । ସ୍ୱାମୀ ଚକା ଜାନୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ନିଳା ଜାନୀ ନିଜ ଝିଅ ଦୁର୍ଗାକୁ ଧରି ଦୁଃଖ କଷ୍ଟରେ ଦିନ କାଟୁଥିଲେ । ନିଳାଙ୍କୁ ପୂର୍ବରୁ ଫିଡ୍ସ ରୋଗ ଥିଲା ତେବେ ଆଜି ସେ ପୋଖରୀକୁ ଯିବା ବେଳେ ଫିଡ୍ସ ବାହାରି ତଳେ ପଡି ଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ୱାର୍ଡ ମେମ୍ବର ସୁଧୀର ମହାପାତ୍ର ଙ୍କୁ ଜଣାଇବା ପରେ ଶବକୁ ସତ୍କାର କରିବାର ବ୍ୟବସ୍ତା କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *