ଯନ୍ତାରେ ପଡ଼ିଲା ମଣିଷଖିଆ କଲରାପତରିଆ ବାଘ

ନବରଙ୍ଗପୁର: ବନ ବିଭାଗର ଉଦ୍ୟମ ସଫଳ ହୋଇଛି । ଶେଷରେ ମଣିଷ ଖିଆ କଲରାପତରିଆ ବାଘଟି ଯନ୍ତାରେ ପଡ଼ିଛି । ନରହନ୍ତା ବାଘକୁ ଧରିବାରେ ସଫଳ ହୋଇଛି ଛତିଶଗଡ ରାଜ୍ୟର ସିହାୱା ବନ ବିଭାଗ । ଏହି କଲାରପତରିଆଟି ୩ ଜଣ ଶିଶୁଙ୍କୁ ଶିକାର କରିଥିଲା । କିଛିଦିନ ତଳେ ଏକ ୬ ବର୍ଷର ଶିଶୁକୁ ଝାମ୍ପି ନେଇଥିଲା ଏଇ ନରହନ୍ତା ବାଘ । ଏହା ପୂର୍ବରୁ ଆଉ ୨ ଜଣକୁ ନିଜ ଶିକାର ବନେଇଥିଲା ଏହି ବାଘ । ସୂଚନା ଅନୁଯାୟୀ ଗତ ୧୧ ତାରିଖ ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ତୁରୁଡିହି ଗ୍ରାମର ଅମିତ ମର୍କାମ ନିଜ ପରିବାର ଲୋକଙ୍କ ସହ ସିହାଞ୍ଜାସ୍ଥିତ ଶୃଙ୍ଗି ରୁଷି ପାହାଡ଼କୁ ଯାଇଥିଲେ । ସେଠାରେ ଶୀତଳା ମାତା ମନ୍ଦିରରୁ ଦର୍ଶନ ସାରି ତଳକୁ ଓହ୍ଲେଇବା ସମୟରେ ସେମାନଙ୍କୁ ଅଚାନକ ଏକ କଲରାପତରିଆ ବାଘ ଆକ୍ରମଣ କରିଥିଲା, ଯେଉଁଥିରେ ୬ ବର୍ଷର ବାଳକ ଅମିତ ମର୍କାମଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଏହା ପରେ ବନ ବିଭାଗ ୪ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଯନ୍ତା ବସାଇ ଜଗି ରହିଥିଲା । ତେବେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ବାଘଟି କାଳୀ ଗୁମ୍ଫା ନିକଟରେ ବସା ଯାଇଥିବା ଯନ୍ତାରେ ଥିବା ଛେଳିକୁ ଖାଇବାକୁ ଆସି ଫସି ଯାଇଥିଲା । ସେଠାରେ ଛକି ରହିଥିବା ବନ କର୍ମଚାରୀମାନେ ଶେଷରେ ବାଘଟିକୁ କାବୁ କରିବାରେ ସଫଳ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *